ନୟାଗଡ଼, (ବାଘୁଆବାର୍ତ୍ତା): ବିଧାନ ସଭା ଅଚଳ ଅବସ୍ଥା । ଗୃହ ଦିନ ୪ଟା ପର୍ଯ୍ୟନ୍ତ ମୁଲତବି । ମିଶନ ଶକ୍ତି ଓ ଜିବିକା ମିଶନ ମହିଳାଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧୀ ଦଳ । ବିଧାନ ସଭାର ଗାନ୍ଧୀ ମୁର୍ତି ତଳେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି । ମିଶନ ଶକ୍ତି ଓ ଜୀବିକା ମିଶନ ମହିଳା ମାନଙ୍କୁ ଏ ସରକାର ନ୍ୟାର୍ଯ୍ୟ ଦାବି ଦେଇ ପାରୁନାହିଁ । ଏ ସରକାର ଏକ ଅନ୍ଧ ମୁକ ବଧୀରର ସରକାର ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ପ୍ରକାଶ କରିଛନ୍ତି । ବିଜେପି ସରକାର କହୁଛି ଗୋଟେ କଥା କିନ୍ତୁ କାମରେ ଅଲଗା । ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଏ ସରକାର ଚକ୍ରାନ୍ତ ଚଲାଇଛି । ସରକାର ନିଦ ଭାଙ୍ଗୁ ନଚେତ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ । ସେମାନଙ୍କ କଥା ଗୃହରେ ଆଲୋଚନା ହେଉନାହିଁ । ଏଥି ପାଇଁ ଏ ସରକାର ଦାୟୀ । ବିଜେଡି ସଦାସର୍ବଦା ମହିଳା ମାନଙ୍କୁ ଗୁରୁତ୍ୱ ଦେଇ ଆସିଛି । ବିଜେପି ସରକାର ମହିଳା ବିରୋଧୀ ସରକାର । ଓଡିଶାର ମା’ ମାନେ କିପରି ଭଲରେ ଚଳିବେ ସେମାନଙ୍କ ପାଇଁ ବିଗତ ସରକାର ବିଭିନ୍ନ ବ୍ୟବସ୍ଥା କରିଥିଲେ । ଏ ସରକାର ସବୁ ନୀୟମକୁ ପଣ୍ଡ କରି ଦେଇଛି । ବିଜେପି ସରକାର ଜିଲ୍ଲାପାଳ ମାନଙ୍କୁ ମିଶନ ଶକ୍ତି ଓ ଜୀବିକା ମିଶନକୁ ଭାଙ୍ଗି ଦେଇ ନିଜ କର୍ମକର୍ତାଙ୍କୁ ଯୋଡିବା ପାଇଁ ବ୍ୟବସ୍ଥା କରୁଛନ୍ତି । ବିଜେପି ସରକାର କୌଣସି କଥାକୁ ଶୁଣୁ ନାହାନ୍ତି । ବିଗତ ୬ ଦିନ ଧରି ମହିଳା ମାନେ ରାଜରାସ୍ତାରେ ବୁଲୁଛନ୍ତି । ସେମାନେ କ’ଣ ଖାଉଛନ୍ତି କ’ଣ ପିଉଛନ୍ତି ବିଜେପି ସରକାର ସବୁ କଥାକୁ ଆଖି ବୁଜି ଦେଇଛି । ମହିଳା ମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେଡି ଅହରହ ଆନ୍ଦୋଳନ ଜାରି ରଖିବ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।





