ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ପାଇଁ ଗୈାରବ ଆଣି ଦେଇଥିବା +୨ ବାଣିଜ୍ୟ ରାଜ୍ୟ ଟପ୍ପର ସିତୁ ବେହେରାଙ୍କ ଗାଁରେ ଆଜି ଦଶପଲ୍ଲା ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା ପହଂଚିଛନ୍ତି । ସିତୁଙ୍କ ଏଭଳି ସଫଳତାକୁ ନେଇ ପାରାଢିପି ପଂଚାୟତ କସିକିଆରି ଗାଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ବିଧାୟକ ପହଂଚି ସିତୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଧାୟକ ସିତୁଙ୍କୁ ମିଠା ଖୁଆଇବା ସହ କିଭଳି ସେ ଆଗକୁ ଉଚ୍ଚଶିକ୍ଷା ଗ୍ରହଣ କରିବେ ସେ ନେଇ ଆଲୋଚନା କରିଛନ୍ତି । କୃଷି ପରିବାରରେ ଜନ୍ମ ଗ୍ରହଣ କରି ଅଭାବ ଅନଟନ ଭିତରେ ଏଭଳି ସଫଳତା ପାଇଥିବା ସିତୁଙ୍କ ପ୍ରତି ଏବେ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।






