Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୁଳସୀ ପାହାଡ଼ରେ ଏନ୍‌କାଉଣ୍ଟର୍‌ : ତିନି ମାଓବାଦୀ ମୃତ

by ସଞ୍ଜୟ ସ୍ୱାଇଁ
October 13, 2021
in State
ତୁଳସୀ ପାହାଡ଼ରେ ଏନ୍‌କାଉଣ୍ଟର୍‌ : ତିନି ମାଓବାଦୀ ମୃତ
135
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା): ମାଓବାଦୀଙ୍କ ଗଡ଼ ତଥା ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତୁଳସୀ ପାହାଡ଼ରେ ଆଜି ଏକ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ପୁଲିୁସ ଗୁଳିରେ ଦୁଇ ମହିଳା କ୍ୟାଡର୍‌ ସମେତ ତିନି ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କର ପରିଚୟ ମିଳି ନ ଥିବା ବେଳେ ସେମାନେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ୍ କମିଟି ସଦସ୍ୟ ବୋଲି କୁହାଯାଉଛି। ମୃତକମାନେ ୟୁନିଫର୍ମରେ ରହିବା ସହ ଅତ୍ୟାଧୁନିକ ଏସଏଲଆର୍ ଓ ଇନସାସ୍ ରାଇଫଲ୍ ବ୍ୟବହାର କରୁଥିବାରୁ ସେମାନେ ଏସିଏମ୍(ଏରିଆ କମିଟି ମେମ୍ବର) କିମ୍ବା ତଦୁର୍ଦ୍ଧ ରୢାଙ୍କ୍‌ର ବୋଲି ଅନୁମାନ କରୁଛି ପୁଲିସ। ଏହି ଘଟଣା ପରେ ମାଓ ସଂଗଠନକୁ ଶକ୍ତ ଧକ୍କା ଲାଗିଥିବାବେଳେ ପୁଲିସ ପାଇଁ ଏହା ବଡ଼ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ଅଭୟ। ଭୁବନେଶ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ କହିଲେ ‌ଯେ ତୁଳସୀ ପାହାଡ଼ରେ ୫୦ରୁ ଅଧିକ ମାଓବାଦୀ ଡେରା ପକାଇଥିବା ନେଇ ସୂଚନା ମିଳିଥିଲା।  ଡିଭିଏଫ୍ ଓ ଏସ୍ଓଜି ମିଳିତ ଭାବେ ଅପରେସନ୍ ଆରମ୍ଭ କରିଥିଲେ।  ଅଳ୍ପ ଅଳ୍ପ ହୋଇ ଡିଭିଏଫ୍‌, ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଯବାନମାନେ ତୁଳସୀ ପାହାଡ଼ ଏବଂ କିରିମିଟି ଜଙ୍ଗଲକୁ ଘେରିବା ଆରମ୍ଭ କରିଥିଲେ। ଭୋର ୫ଟା ୫୫ରେ ମାଓବାଦୀ ଓ ସୁରକ୍ଷାକର୍ମୀ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। କ୍ୟାମ୍ପରେ ଚଢ଼ଉ ପୂର୍ବରୁ ଯବାନଙ୍କ ଉପସ୍ଥିତିର ଆଭାସ ପାଇ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ ମାଓବାଦୀ। ଦୃଢ଼ତାର ସହ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ସକାଳ ୭ଟାରେ ଏହି ଏନ୍‌କାଉଣ୍ଟର ଶେଷ ହେବା ପରେ ଜଣେ ମହିଳା କ୍ୟାଡର ମାଓବାଦୀଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମହିଳା ମାଓବାଦୀଙ୍କ ନିକଟରୁ ଗୋଟିଏ ଏସଏଲ୍‌ଆର ରାଇଫଲ୍ ମିଳିଥିଲା। ଏହାପରେ ଜୋରଦାର ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଦିନ ୧୦ଟାରୁ ୧୧ଟା ଭିତରେ ଆଉ ଥରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ କ୍ୟାଡର୍‌ଙ୍କର ମୃତଦେହ ମିଳିଥିଲା। ସେମାନଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ୍ ଜବତ ହୋଇଥିଲା। ଦୁର୍ଗମ ତୁଳସୀ ପାହାଡ଼ ଅଞ୍ଚଳ ମାଓବାଦୀଙ୍କ ଗଡ଼ ହୋଇଥିବାରୁ ମୃତଦେହ ନେବା ପାଇଁ ଓ କମ୍ବିଂ ଅପରେସନ୍ ପାଇଁ ଅଧିକ ଫୋର୍ସ ପଠା ଯାଇଥିଲା। ଦୁଇଟି ଟିମ୍ ଫେରି ଆସିଥିବା ବେଳେ ଆଉ ଦୁଇଟି ଟିମ୍ କମ୍ବିଂ ଅପରେସନ୍ ଜାରି ରଖିଛନ୍ତି। ମାଓବାଦୀ ଛତ୍ରଭଙ୍ଗ ଦେଇଥିବାରୁ ଛତିଶଗଡ଼ ପଟରୁ ମଧ୍ୟ ସୁରକ୍ଷାକର୍ମୀମାନେ ଜୋରଦାର ଅପରେସନ୍ ଜାରି ରଖିଥିବା ସୂଚନା ମିଳିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!