Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲେଜ ପିଲାଙ୍କ ଦ୍ବାରା ‘ସୁଭଦ୍ରା’ସର୍ଭେ କରାଇବେ ସରକାର, ଅଭିଭାବକ ଓ ଶିକ୍ଷାବିତ୍ ଙ୍କ ମଧ୍ୟରେ ଅସନ୍ତୋଷ

by ସଞ୍ଜୟ ସ୍ୱାଇଁ
May 17, 2025
in State
କଲେଜ ପିଲାଙ୍କ ଦ୍ବାରା ‘ସୁଭଦ୍ରା’ସର୍ଭେ କରାଇବେ ସରକାର, ଅଭିଭାବକ ଓ ଶିକ୍ଷାବିତ୍ ଙ୍କ ମଧ୍ୟରେ ଅସନ୍ତୋଷ
84
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଲେଜ ଛାତ୍ରଛାତ୍ରୀ କରିବେ ସୁଭଦ୍ରା ସର୍ଭେ। ଘରକୁ ଘର ବୁଲି ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରିବେ। ନିଜ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟବହାର କରି କାର୍ଯ୍ୟ କରିବେ। ସକାଳ ୬ରୁ ୯ଟା ମଧ୍ୟରେ ସର୍ଭେ କରିବେ। ପ୍ରତି ସର୍ଭେ ପିଛା ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ତାଲିକା ପ୍ରସ୍ତୁତ କରି ପଠାଇବା ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନେଇ ଶିକ୍ଷାବିତ୍ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଛୁଟି କରାଯାଇଥିବାବେଳେ ପିଲାଙ୍କ ଦ୍ୱାରା ସର୍ଭେ କରିବା ନିଷ୍ପତ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି। ସରକାରୀ ଯୋଜନାକୁ ରାଜନୀତିକରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଛି। ଅର୍ଥ ଉପାର୍ଜନ ଆଶାରେ ଅନେକ ପିଲା ସର୍ଭେ କରିବାକୁ ଆସି ପାରନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ପାଠପଢ଼ା ବ୍ୟାଘାତ ହେବ। ମାନସିକ ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଶୈକ୍ଷିକ ମନୋଭାବ ହ୍ରାସ ପାଇବ। ଏଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଯେଉଁ ମହିଳାମାନେ ନୂଆ କରି ସୁଭଦ୍ରାରେ ଯୋଡି ହେବେ ଏବଂ ଯୋଜନାରୁ ବଞ୍ଚିତ ହୋଇଥିବା କାରଣ ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ଆଣିବେ। ଏ ସମ୍ପର୍କରେ ଗତକାଲି ଅପରାହ୍ଣରେ ଏକ ଭର୍ଚୁଆଲ ବୈଠକ ମଧ୍ୟ କରାଯାଇଥିବା ଜଣା ପଡ଼ିଛି। ବୈଠକରେ ବିଶ୍ୱବିଦ୍ୟାଳୟ କୂଳସଚିବଙ୍କ ସମେତ କଲେଜ ଅଧ୍ୟକ୍ଷ, ଡିପିଓ, ଏଡିପିଓ, ଆର୍ଡିଇ ପ୍ରମୁଖ ଉପସ୍ଥିତ ଥିଲେ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!