Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ଅଣଛାତ୍ର କଲେଜର ଜଣେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼ କରିବାକୁ ଉଦ୍ୟମ କରିଥିବାରୁ ଛାତ୍ରମାନେ ତାଙ୍କୁ କାବୁ କରି ମାଡ଼ ମାରିଥିଲେ

by ସଞ୍ଜୟ ସ୍ୱାଇଁ
September 30, 2021
in State
ଜଣେ ଅଣଛାତ୍ର କଲେଜର ଜଣେ ଛାତ୍ରୀଙ୍କୁ ଏସିଡ୍‌ ମାଡ଼ କରିବାକୁ ଉଦ୍ୟମ କରିଥିବାରୁ ଛାତ୍ରମାନେ ତାଙ୍କୁ କାବୁ କରି ମାଡ଼ ମାରିଥିଲେ
259
VIEWS
Share on FacebookShare on Twitter

ଗୋପ, (ବାଘୁଆବାର୍ତ୍ତା): ଗୋପ କଲେଜର ଜଣେ ଛାତ୍ରୀଙ୍କୁ କଲେଜ ବାହାରେ ଜଣେ ଅଣଛାତ୍ର ଏସିଡ୍‌ ମାଡ଼ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ କାବୁ କରିବା ସହ ମାଡ଼ ମାରି କଲେଜ ଅଧ୍ୟକ୍ଷଙ୍କ ନିକଟକୁ ନେଇଥିଲେ । ସେଠାରେ ଯୁବକ ଜଣକ ନିଜ ଦୋଷ ସ୍ୱୀକାର କରିବା ସହ ଭବିଷ୍ୟତରେ ଏପରି ନକରିବାକୁ ଏକ ଅଣ୍ଡରଟେକିଂ ଲେଖିଥିଲେ । ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ମାତ୍ର ବୁଧବାର ଏହି ଘଟଣାର ଏକ ନୂଆ ମୋଡ୍‌ ଆସିଛି । ଉକ୍ତ ଯୁବକଙ୍କୁ କଲେଜ କ୍ୟାମ୍ପସ୍‌ ପରିସରରେ କେତେକ ଛାତ୍ର ଓ ଅଣଛାତ୍ର ମିଶି ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଅଭିଯୁକ୍ତ ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଙ୍ଗଳବାର ଗୋପ କଲେଜରେ ଜଣେ ଛାତ୍ରୀଙ୍କୁ ଆସିକ୍‌ ଖାଁଙ୍କ ପୁତ୍ର ଇମ୍ରାନ୍‌ ଖାଁ ଏସିଡ୍‌ ମାଡ଼ ଉଦ୍ୟମ କରିବା ବେଲେ କେତେକ ଛାତ୍ର ସେହି ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଥିବା କଲେଜ କର୍ତ୍ତୃପକ୍ଷ କହିଥିଲେ । ବୁଧବାର ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ କଲେଜ ପରିସରରେ ଅଧ୍ୟକ୍ଷାଙ୍କ ଅଫିସ୍‌ ସାମ୍ନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ହେଉଥିବା ଦେଖିବାକୁ ମିଳିଛି । କଲେଜ କର୍ତ୍ତୃପକ୍ଷ ଆଇନ୍‌ର ଆଶ୍ରୟ ନେବା ବଦଳରେ ଆଇନ୍‌କୁ ହାତକୁ ନେଇଥିବା ଅଭିଯୋଗ ଆସିଛି । ମାଡ଼ ମାରିଥିବା ଛାତ୍ର ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ମାନବାଧିକାର କମିସନ ଏହି ଘଟଣାରେ ତଦନ୍ତ କରିବା ପାଇଁ ମଧ୍ୟ ଦାବି ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ପଣ୍ଡାଙ୍କୁ ପଚାରିବାରେ ମୁଁ ଅଫିସ୍‌ରେ ଥିବାରୁ ଅଫିସ୍‌ ସମ୍ମୁଖରେ କ’ଣ ଘଟଣା ଘଟିଛି ମୁଁ କହିପାରିବି ନାହିଁ । ଯେଉଁ ଅଧ୍ୟାପକ ଉପସ୍ଥିତ ଥିଲେ ତାଙ୍କର ମତାମତ ନିଆଯାଉ । ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ବିଭୂତି ଭୂଷଣ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି ଘଟଣା ଘଟିଥାଇପାରେ । ହେଲେ ମୁଁ କୌଣସି ପ୍ରତିକ୍ରିୟା ଦେଇପାରିବି ନାହିଁ ବୋଲି କହିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!