Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୈଷୟିକ ଶିକ୍ଷାନୁଷ୍ଠାନର ଅଗଷ୍ଟ ୩୧ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ନାମ ଲେଖା, ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ ପାଠ ପଢ଼ା

by ସଞ୍ଜୟ ସ୍ୱାଇଁ
June 24, 2021
in Education, State
ବୈଷୟିକ ଶିକ୍ଷାନୁଷ୍ଠାନର ଅଗଷ୍ଟ ୩୧ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ନାମ ଲେଖା, ସେପ୍ଟେମ୍ବର ୧ ରୁ ଆରମ୍ଭ ହେବ ପାଠ ପଢ଼ା
109
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଗଷ୍ଟ ୩୧ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ସରିବ ପ୍ରଥମ ପର୍ୟ୍ୟାୟ ନାମଲେଖା । ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପୂର୍ବରୁ ଥିବା ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଆରମ୍ଭ କରିବାକୁ ପଡିବ । ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ଏକାଡେମିକ କ୍ୟାଲେଣ୍ଡରରେ ଏହି ସୂଚନା ଦିଆଯାଇଛି । ଚଳିତ ମାସ ୧୮ ତାରିଖରେ ଏଆଇସିଟିଇର ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର ଏହି ସୂଚନା ଦେଇଛନ୍ତି । ତେବେ ପାଠପଢ଼ା ଅନଲାଇନ୍‌/ଅଫଲାଇନ୍‌ କିମ୍ବା ବ୍ଲେଣ୍ଡେଡ୍‌ ମୋଡ୍‌ରେ ପଢ଼ାଯିବ । କରୋନା ଗାଇଡଲାଇନ୍‌ ପାଳନ କରି ପାଠ ପଢ଼ାଯିବ । ଏଆଇସିଟିଇ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମ ପାଳନ କରି ପଦକ୍ଷେପ ନେବାକୁ କୁହାଯାଇଛି । ଅନୁମୋଦନ ନଥାଇ ନାମ ଲେଖୁଥିବା ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ପ୍ରଫେସର କୁମାର କହିଛନ୍ତି । ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ଏଆଇସିଟିଇ ଅନୁମୋଦନ ପ୍ରଦାନ କରିବ । ସେହିପରି ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡଗୁଡିକ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ୱୀକୃତି ପ୍ରଦାନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବ । ୧୦ ତାରିଖ ସୁଦ୍ଧା ସମସ୍ତ ଫି’ ଫେରସ୍ତ ନେଇ ନାମଲେଖା ପ୍ରତ୍ୟାହାର କରିହେବ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଳକା ସିଟ୍‌ରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ସରିବା ସହିତ କ୍ଲାସ୍‌ ଆରମ୍ଭ ହେବ । ୨୦ ତାରିଖ ସୁଦ୍ଧା ଲାଟେରାଲ୍‌ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟବର୍ଷରେ ନାମଲେଖା ସରିବ ବୋଲି ସଂଶୋଧିତ ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!