ନୟାଗଡ଼,(ବାଘୁଆବାର୍ତ୍ତା): ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଶୋକ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ରାଧାମୋହନ ସଫଳତାର ଶୀର୍ଷକୁ ଛୁଇଁଥିଲେ ମଧ୍ୟ ଜନ୍ମମାଟିକୁ ଭୁଲି ନଥିଲେ । ଏଭଳି ଜଣେ ଜୈବିକ କୃଷିର ପ୍ରମୂଖ ଉଦ୍ୟୋକ୍ତା, ବିଶିଷ୍ଟ ପରିବେଶବିତ୍, ଗାନ୍ଧିବାଦୀ, ଶିକ୍ଷାବିତ୍ ଓ ସମାଜ ସଂସ୍କାରକଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାର ଅପୂରଣୀୟକ୍ଷତି ଘଟିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେହି ମହାମ ଆତ୍ମାର ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।





