Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୌର ପରିଷଦରେ ବିକାଶ ମୁଳକ କାର୍ଯ୍ୟ ଠପ, ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର

by ସଞ୍ଜୟ ସ୍ୱାଇଁ
March 1, 2025
in Nayagarh, State
ପୌର ପରିଷଦରେ ବିକାଶ ମୁଳକ କାର୍ଯ୍ୟ ଠପ, ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର
305
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌର ପରିଷଦରେ ଗତ କିଛି ମାସ ହେଲା ବିକାଶ ମୁଳକ କାର୍ଯ୍ୟ ଠପ ହେବାରେ ଲାଗିଛି । ଏ ସମ୍ବନ୍ଧରେ ଆଜି ପୌର ପରିଷଦ ପକ୍ଷରୁ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ପୌର ପରିଷଦର କାର୍ଯ୍ୟ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି । ଆସିଥିବା ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ କିମ୍ବା ଶେଷ ହୋଇଥିବା କାର୍ଯ୍ୟର ବିଲ ହୋଇ ପାରୁନି । ନୟାଗଡ଼ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ଆଲୋକି କରଣ ବ୍ୟବସ୍ଥା ବନ୍ଦ ହେବାକୁ ବସିଲାଣି । ଜନ ସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟ ହୋଇ ପାରୁନାହିଁ । ନିର୍ବାହୀ ଅଧିକାରିଣୀ ଅଫିସରେ ରହୁ ନାହାନ୍ତି । ଉନ୍ନତି ମୁଳକ କାର୍ଯ୍ୟ ପାଇଁ ସରକାର ଦେଇଥିବା କୋଟି କୋଟି ଅନୁଦାନ ଖର୍ଚ୍ଚ ହୋଇ ନପାରିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ପାରିଷଦ ସଭାରେ ପାରିଷଦ ବୃନ୍ଦ ବିଭିନ୍ନ କାର୍ଯ୍ୟର ବିଭିନ୍ନ ସମସ୍ୟା ଉପସ୍ଥାପନା କରିବା ସତ୍ୱେ ମଧ୍ୟ କାର୍ଯ୍ୟକାରି ହୋଇପାରୁ ନାହିଁ । ଯାହା ଫଳରେ ଆଜି ପାରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତି ନିମନ୍ତେ ଦାବି ରଖିଛନ୍ତି । ଏହାର ସୁବିଚାର ନକଲେ ଗଣତାନ୍ତ୍ରୀକ ପଦ୍ଧତିରେ ଧାରଣାରେ ବସିବୁ ବୋଲି ପୌର ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଦୀନବନ୍ଧୁ ମହାପାତ୍ର, ଜାନକୀ ବଲ୍ଲଭ ଜେନା, ଅକ୍ଷୟ ବିଶ୍ୱାଳ, ଅଳକା ନାୟକ, ଗୀତାଞ୍ଜଳି ସ୍ୱାଇଁ, ଉର୍ମିଳା ଜେନା, ମଞ୍ଜୁଲତା ଗୁମାନସିଂ ଓ କାଉନସିଲର ସ୍ୱୟଂପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!