Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରକୁ ଘର ବୁଲି ଆଶା କର୍ମୀ କରିବେ କରୋନା ଯାଂଚ : ଜିଲ୍ଲାପାଳ

by Anil Panda
June 18, 2020
in Breaking
ମାସ୍କ ଓ ସାମାଜିକ ଦୂରତା କରୋନାକୁ ଦୂରେଇ ରଖିବ : ଜିଲ୍ଲାପାଳ
11
VIEWS
Share on FacebookShare on Twitter

ଗ୍ରାମାଞ୍ଚଳରେ ମଧ୍ୟ ରଥଯାତ୍ରା ବନ୍ଦ
ଜିଲ୍ଲାରେ ୧୦୪ ସୁସ୍ଥ, ୧୨ ଚିକିତ୍ସାଧିନ

ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମୁକାବିଲା ପାଇଁ ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆଶା କର୍ମୀମାନେ ଘରକୁ ଘର ବୁଲି ଲକ୍ଷଣ ଅଛି ନା ନାହିଁ ତାହା ଯାଞ୍ଚ କରିବେ । ଏନେଇ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗ୍ରାମାଞ୍ଚଳରେ ସରପଂଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ୱାର୍ଡ଼ କମିଟି ଗଠନ କରାଯାଇଛି । ଏଥିରେ ଆଶା ଓ ଅଙ୍ଗନୱାର୍ଡ଼ମାନେ ସଂଶ୍ଲିଷ୍ଟ ରହିଛନ୍ତି । ରାଜ୍ୟ ସରକାର ୧୬ ଜୁନଠାରୁ ଏହି ପ୍ରକିୟା ଆରମ୍ଭ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମୁଖ୍ୟତଃ ଏହି କମିଟି କରୋନା ପ୍ରରିପେକ୍ଷିରେ ପ୍ରତି ଗ୍ରାମର ଦ୍ୱାରା ଦ୍ୱାର ବୁଲି ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, କାଶ, ସର୍ଦି, ଲକ୍ଷ୍ମଣ ଦେଖା ଯାଉଥିବା ବ୍ୟକ୍ତିଙ୍କ ସଂମ୍ପର୍କରେ ସୂଚନା ଦେବେ । ସୂଚନା ଆଧାରରେ, କରୋନା ଲକ୍ଷ୍ମଣ ଥିବା ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଏଥିସହିତ ରଥଯାତ୍ରା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଗ୍ରାମାଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଆଜି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାରେ ମୋଟ ୧୧ ହଜାର ୪୮୨ ଜଣ ପ୍ରବାସୀଙ୍କୁ ସଂଗରୋଧରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ହଜାର ୨୭୦ ଜଣ ସଂଗରୋଧ ସମୟ ସାରି ଘରକୁ ଫେରିଛନ୍ତି । ୩ ହଜାର ୧୭୨ ଜଣ ଏବେ ବି ସଂଗରୋଧରେ ରହିଛନ୍ତି । ୧୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକର ୨ ଜଣ ଏବଂ ରଣପୁର ବ୍ଲକର ୨ ଜଣ ବୋଲି ଜଣାଯାଇଛି । ସେହିଭଳି ନୟାଗଡ଼ ବ୍ଲକର ବାଲିକୁଦିଆ ଓ ମାନପୁରରୁ କଂଣ୍ଟେନ୍‌ମେଣ୍ଟ ପ୍ରତ୍ୟାହାର କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍‌.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଶୁଂ ଷଡ଼ଙ୍ଗୀ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!