Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭର୍ଚୁଆଲ ମାଧ୍ୟମରେ କରୋନାର ମନ୍ତ୍ର ଦେଲେ ଜିଲ୍ଲାପାଳ, ଗ୍ରାମାଞ୍ଚଳକୁ ବେଶି ଫୋକସ

by ସଞ୍ଜୟ ସ୍ୱାଇଁ
June 3, 2021
in Health, State
ଭର୍ଚୁଆଲ ମାଧ୍ୟମରେ କରୋନାର ମନ୍ତ୍ର ଦେଲେ ଜିଲ୍ଲାପାଳ, ଗ୍ରାମାଞ୍ଚଳକୁ ବେଶି ଫୋକସ
193
VIEWS
Share on FacebookShare on Twitter

ନବରଙ୍ଗପୁର,(ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ସମ୍ପର୍କରେ ବ୍ଲକ ୱାରୀ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାର ନବରଙ୍ଗପୁର ସହର ପାଇଁ ୧୮ ବର୍ଷରୁ ୪୪ ବର୍ଷ ଲୋକଙ୍କ ଟୀକା କରଣ ପାଇଁ ୨୦ ହଜାର ଟୀକା ଯୋଗାଇ ଥିଲେ । ନବରଙ୍ଗପୁର ସହରରେ ମାତ୍ର ଚାରି ଦିନ ମଧ୍ୟରେ ୨୦ ହଜାର ଟୀକାକରଣ ର କାର୍ୟ୍ୟ ସମାପ୍ତ କରିଥିଲୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଚୌଧୁରୀ ଶୋଭାରଣୀ ମିଶ୍ର ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳରେ ସମସ୍ତଙ୍କୁ ଟୀକାକରଣ ନିମନ୍ତେ ନିର୍ବାଚିତ ପ୍ରତିନିଧି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ଆଶା, ଅଙ୍ଗନବାଡି ଏବଂ ଏ ଏନ ମ ଦିଦି ଏବଂ ସମ୍ପୃକ୍ତ ଡାକ୍ତର ପରସ୍ପର ସହିତ ସମ୍ପର୍କ ସ୍ଥାପନ କରି ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନେଇ ପ୍ରତିଦିନ ଜିଲ୍ଲାରେ ୩ ହଜାର ଟୀକାକରଣ କରିବା ନିମନ୍ତେ ଲକ୍ଷ ଧାର୍ୟ୍ୟ କରାଗଲା । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଅନୁସନ୍ଧାନ, ପରୀକ୍ଷା, ଚିକିତ୍ସା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଟୀକାକରଣ ନାମରେ ଯେଉଁ ବିଭିନ୍ନ ପ୍ରକାରର ମିଥ୍ୟା ଗୁଜବ ସୃଷ୍ଟି ହେଉଛି, ତାକୁ ଆମେ ପ୍ରତିହିତ କରିବାକୁ ପଡିବ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଗ୍ରାମ, ପଞ୍ଚାୟତ ଠାରୁ ଟୀକାକରଣ କେନ୍ଦ୍ରକୁ ଆଣି ବହୁତ ଲୋକଙ୍କୁ ଟୀକାକରଣ ବ୍ୟବସ୍ଥା କରାଇବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ନିୟନ୍ତ୍ରଣ କକ୍ଷ ରୁ କରୋନା ସଂକ୍ରମିତ ବ୍ୟକ୍ତି ଙ୍କ ସହ ସିଧା ଆଲୋଚନା କରି ତାଙ୍କ ସ୍ୱାସ୍ଥ ଅବସ୍ଥା କିପରି ଅଛି, ଔଷଧ ସେବନ କରୁଛନ୍ତି କି ନାହିଁ, ଆପଣଙ୍କ କିଛି ଅସୁବିଧା ହେଲେ ବ୍ଲକ ନିୟନ୍ତ୍ରଣ କକ୍ଷ କୁ ଯୋଗାଯୋଗ କରିବା, ଔଷଧ ଖାଇବା ଇତ୍ୟାଦି ପରାମର୍ଶ ଦେବା ପାଇଁ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମ୍ପୃକ୍ତ ମେଡିକାଲ ଅଫିସର ବ୍ଲକ ସ୍ତରୀୟ ମାଇକ୍ରୋ ପ୍ଲାନ ଆସନ୍ତା କାଲି ସୁଦ୍ଧା କରିବା ପାଇଁ ଜିଲ୍ଲାପାଳ କଡା ନିର୍ଦେଶ ଦେଇଛନ୍ତି । ଦିନକୁ ଜିଲ୍ଲାରେ ୧୮୦୦ ଲୋକଙ୍କ ସ୍ୱାସ୍ଥ ପରୀକ୍ଷା କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ଗାଁ କଲ୍ୟାଣ ସମିତି ଦ୍ୱାରା ଆସନ୍ତା ୧୫ ତାରିଖ ସୁଦ୍ଧା ଗ୍ରାମର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି, ବାହାର ରାଜ୍ୟରୁ ଆସୁଥିବା ଦାଦନ ଏବଂ ଲକଡ଼ାଉନ ଜନିତ ସମସ୍ୟା ଯୋଗୁଁ ଲୋକଙ୍କ ଜୀବିକା ଜୀବନ ଉପରେ ଯେପରି ପ୍ରଭାବ ନ ପଡିବାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ଦୈନନ୍ଦିନ ଅଧିକରୁ ଅଧିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗଣ ଯୋଜନା ଜରିଆରେ ଅଧିକ କର୍ମ ଦିବସ ସୃଷ୍ଟି କରି ସମସ୍ତଙ୍କୁ କାମ ଯୋଗାଇବା ପାଇଁ ଜିଲ୍ଲାର ସମସ୍ତ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପ ମୁଖ୍ୟ କାର୍ୟ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ନାରାୟଣ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧିଙ୍କ, ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!