ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନାମରେ କିଛି ଦୁର୍ବୁତ୍ତ ଠକେଇ ଉଦ୍ୟମ କରୁଥିବା ଜଣାଯାଇଛି । ଏନେଇ ଜିଲ୍ଲାପାଳ ଏକ ଟ୍ୟୁଟ କରିବା ସହ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ସେ ଟ୍ୟୁଟ୍ କରି, ତାଙ୍କ ନାମରେ ଆମାଜନ୍ ଗିଫ୍ଟ କାର୍ଡ଼ ପାଇଁ କୈାଣସି ମେଲ୍ ଗଲେ ଏହାକୁ ଗ୍ରହଣ ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ଫେକ୍ ବୋଲି ଜିଲ୍ଲାପାଳ ଟ୍ୟୁଟରେ ଉଲ୍ଲେଖ କରିବା ସହ ଏହା ଏକ ପ୍ରକାର ସ୍କାମ ବୋଲି ଉଲ୍ଲେଖ କରିଛନ୍ତି । ମିଳିଥିବା ସୂଚନାନୁସାରେ, ଜିଲ୍ଲାପାଳଙ୍କ ନାମରେ ଏକ ମେଲ୍ରୁ ବିଭିନ୍ନ ଲୋକଙ୍କୁ ଆମଜନ ଗିଫ୍ଟ କାର୍ଡ଼ ବାବଦ ଅର୍ଥ ପୈଠ କରିବା ଏବଂ ତତ୍ ସମ୍ବଦ୍ଧିୟ କିଛି ମେସେଜ ଯାଇଥିବାରୁ ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ନୟାଗଡ଼ ଏସ୍ପିଙ୍କୁ କହିଥିବା ଜଣାଯାଇଛି ।







