ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବ୍ଳକ ସମ୍ମିଳନୀ କକ୍ଷରେ ଜୁନ୍ ୯ ତାରିଖରେ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମୂଦାୟ ୧୦୩ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେ ମଧ୍ୟରେ ବିଶେଷ ମୈାଳିକ ଭାବେ ସମସ୍ୟା ୯୬ ବ୍ୟକ୍ତିଗତ ଶୁଣାଣିରେ ରାସନ୍ କାର୍ଡ ସମସ୍ୟା, ଆବାସ ଯୋଜନାରୁ ବଞ୍ଚିତ ସମସ୍ୟା, ସାମାଜିକ ସୁରକ୍ଷାରେ ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା ଅଧିକ ରହିଥିଲା। ଗ୍ରାମ୍ୟ ସମସ୍ୟା ୪ , ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୩ ରହିଥିଲା। ଜିଲ୍ଲାପାଳ ଅଗ୍ରୱାଲଙ୍କ ସହ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦାର, ରଣପୁର ତହସିଲଦାର ଡ଼ଃ ଆର୍ୟ୍ୟ କୁମାର ସର୍ଭଦମନ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ୍ ବିଭାଗୀୟ ଉଚ୍ଚ ଅଧିକାରୀ ଓ ବ୍ଳକ ସ୍ତରୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ। ରଣପୁର ବିଡ଼ିଓ ମନୋଜ କୁମାର ନାୟକ ଶୁଣାଣି ଶିବିରକୁ ଶୃଙ୍ଖଳିତ କରିଥିଲେ। ବ୍ଳକ କର୍ମଚାରୀ ସହଯୋଗ କରିଥିଲେ।






