ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାଶ ପ୍ରମୂଖ ଉପସ୍ଥିତ ରହି ଶୁଣାଣି କରିଥିଲେ । ଆଜିର ଜନଅଭିଯୋଗ ଶୁଣାଣିରେ ମୋଟ ୧୫୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ତାହା ମଧ୍ୟରୁ ୧୩୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪ଟି ଗ୍ରାମ୍ୟ ସମସ୍ୟା, ୧୦ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମ୍ବନ୍ଧୀୟ ସହାୟତା, ୧ଟି ରେଡକ୍ରସ ସମ୍ପର୍କିତ ସହାୟତା ରହିଛି । ଆଜିର ଜନଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୩ ଟି ଅଭିଯୋଗ ତତ୍କାଳ ସମାଧାନ କରାଯାଇଛି । ରାସନ କାର୍ଡ଼, ଭତ୍ତା ଭଳି ଅନେକ ଜନହିତକର ଯୋଜନା ସମ୍ପର୍କିତ ଅଭିଯୋଗ ଆସିଥିବା ଜଣାପଡ଼ିଛି ।






