ବନ୍ୟା ପର କ୍ଷୟକ୍ଷତି ଅନୁଧ୍ୟାନ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ଅଚାନକ୍ ଗଣିଆ ଗସ୍ତ କରିଥିବା ଜଣାଯାଇଛି । ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଂଚାୟତରେ ପହଂଚି ଜିଲ୍ଲାପାଳ ବନ୍ୟାପର ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ରାସଙ୍ଗ ପଂଚାୟତରେ ବନ୍ୟାରେ ଅନେକ ରାସ୍ତା କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଜଙ୍ଗଲ ରାସ୍ତା ନଷ୍ଟ ହୋଇଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ନୟାଗଡ଼ ବନଖଣ୍ଡ ଅଧିକରୀ ଧନରାଜ୍ ଏଚ୍ଡି ମଧ୍ୟ ଗଣିଆ ଗସ୍ତ କରିଥିବା ବେଳେ ଗଣିଆ ତହସିଲଦାର ମିତାଲୀ ପାତ୍ର, ବନାଞ୍ଚଳ ଅଧିକାରୀ ସୋନାଲୀ ସିଓଙ୍କ ସମେତ ବହୁ ବ୍ଲକ ଓ ତହସିଲ କର୍ମଚାରୀ ଉପସ୍ଥିତ ରହିଥିଲେ ।






