ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ବାସଭବନ କାର୍ଯ୍ୟାଳୟଠାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାଥମିକ ତନ୍ତବାୟ ସହଯୋଗ ସମିତି ମାନଙ୍କ ପ୍ରତିନିଧି ଓ ବୁଣାକାରମାନଙ୍କ ସହ ଜିଲ୍ଲାପାଳ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବୁଣାକାର ମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କିସମ ଓ ଡିଜାଇନର ଶାଢ଼ୀ, ଲୁଗା, ଗାମୁଛା, ବାନ୍ଧ ବେଡସିଡ୍, ଯୋଡ଼ ଇତ୍ୟାଦିକୁ ଜିଲ୍ଲାପାଳ ଦେଖିବା ନିମନ୍ତେ ପଦର୍ଶିତ କରାଯାଇଥିଲା । ଏଥିରେ ନୟାଗଡ଼ ବୟନ ଶିଳ୍ପ ମଣ୍ଡଳର ସହକାରୀ ବୟନ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଘୋଷ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ତନ୍ତବାୟ ସହଯୋଗ ସମିତି ଦ୍ୱାରା ଉତ୍ପାଦିତ ବସ୍ତ୍ର ଓ ତାହାର ବିପଣନ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହିତ ସବିଶେଷ ଆଲେଚାନା କରିଥିଲେ । ମହାମାରୀ କରୋନା ସମୟରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ, କଞ୍ଚାମାଲ ଖରିଦ କରିବାରେ ଅସୁବିଧା ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିବା ଆଲୋଚନା ହୋଇଥିଲା । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କିଭଳି ସାମଗ୍ରୀକ ଉନ୍ନତୀ ହୋଇପାରିବ, ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିବେ ବୋଲି ମତ ଦେଇଛନ୍ତି ।






