Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୀତରେ ଥରୁଛି ନୟାଗଡ଼

by ସଞ୍ଜୟ ସ୍ୱାଇଁ
December 30, 2019
in Lifestyle
ଶୀତରେ ଥରୁଛି ନୟାଗଡ଼
16
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଗତ ଏକ ସପ୍ତାହ ଧରି ନୟାଗଡ଼ ଜିଲ୍ଲା ସଦରମହକୁମା ସହିତ ଉପାନ୍ତ ଅଂଚଳ ତଥା ପଶ୍ମିମ ନୟାଗଡ଼ରେ ଶୀତର ପ୍ରଭାବ ଅଧିକ ରହିଛି । ଦୀର୍ଘ ଏକ ସପ୍ତାହ ତଳୁ ସଂନ୍ଧ୍ୟା ୮ଟା ପରଠାରୁ କୁହୁଡ଼ି ଆରମ୍ଭ ହେଉଛି । ରାସ୍ତାଘାଟ ଶୂନଶାନ ହେବା ବେଳକୁ କୁହୁଡ଼ିର ଘନତ୍ୱ ବଢ଼ିବା ସହିତ ବାୟୁମଣ୍ଡଳକୁ ଆଚ୍ଛାଦିତ କରି ଦେଉଛି । ଯାହା ଫଳରେ ରାତିରେ ଯାତାୟତ କରୁଥିବା ଗାଡ଼ି ମୋଟର ସବୁ ଏକ ଅନ୍ଧକାର ପରିବେଶ ମଧ୍ୟରେ ଗତି କରୁଛି । ବାୟୁମଣ୍ଡଳର ତାପମାତ୍ର ୧୦ ଡ୍ରୀଗ୍ରୀ ସେଲସିୟସରୁ କମ ରହୁଥିବା ବେଳେ ଜଙ୍ଗଲ ପାହାଡ଼ ଅଂଚଳରେ ଏହା ଆହୁରି କମ ରହିଥିବା ଜଣାପଡ଼ିଛି । ନୂଆଗାଁ ବ୍ଲକର ଗୁମ୍ମି, ବାହାଡ଼ଝୋଲା ଆଦି ସ୍ଥାନର ଜଙ୍ଗଲ ପରିବେଶରେ ତାପମାତ୍ର କମ ରହିବା କାରଣରୁ ଅତ୍ୟଧିକ ଶୀତ ଅନୁଭୂତ ହେଉଛି । ସେହିଭଳି ଦଶପଲ୍ଲାର ଦୁଡ଼ା, ବାଣିଗୋଚ୍ଛା, କଳସଖମଣ, ଚଢେୟାପଲ୍ଲୀ, ପୋଖରୀଗୋଚ୍ଛା ଅଂଚଳରେ ଅତ୍ୟଧିକ ଶୀତ ଅନୁଭୂତ ହେଉଛି । ଗଣିଆ ବ୍ଲକର ବଡ଼ଶିଲିଙ୍ଗା, ରାସଙ୍ଗ ଅଂଚଳରେ ଅତ୍ୟଧିକ ଶୀତ ପଡ଼ୁଥିବା ବେଳେ ମହାନଦୀ ଅବବାହିକାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସେହିଭଳି ନୟାଗଡ଼ ସହରଠାରୁ କଣ୍ଟିଲୋ ପର୍ଯ୍ୟନ୍ତ ଜଙ୍ଗଲପାହାଡ଼ ଘେରି ହୋଇ ରହିଥିବାରୁ ଅତ୍ୟଧିକ ଶୀତ ଅନୁଭୂତ ହେଉଛି । ବିଶେଷ କରି ଖଣ୍ଡପଡ଼ା ସୁନାମୁହଁ ଡ୍ୟାମ ଅଂଚଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଥିବା ମତପ୍ରକାଶ ପାଉଛି । ନୟାଗଡ଼ ସହରରେ ମଧ୍ୟ ପ୍ରବଳ ଶୀତ ଲାଗି ରହିବା ସହ ସାମନ୍ୟ ପବନରେ ଦେହ ଥରାଇ ଦେଉଛି । ଅନ୍ୟପକ୍ଷେ ପାଣିପାଗ ବିଭାଗ ରାଜ୍ୟର ଦଶଟି ଜିଲ୍ଲାକୁ ଆଲର୍ଟ କରିଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!