Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରା କୋଇଲା ଡିପୋରେ ଚଢାଉ , ଅଟକ ୧୪ ମାଫିଆ

by ସଞ୍ଜୟ ସ୍ୱାଇଁ
February 6, 2025
in Crime, State
ଚୋରା କୋଇଲା ଡିପୋରେ ଚଢାଉ , ଅଟକ ୧୪ ମାଫିଆ
52
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଚୋରା କୋଇଲା ଡିପୋରେ ଚଢାଉ । ଆଠଗଡ଼ ଖୁଣ୍ଟୁଣୀ ଥାନା ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଚୋରା କୋଇଲା ଡିପୋ ଉପରେ ଚଢାଉ ହୋଇଛି । ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରି ଦୁଇ ମିନି ଟ୍ରକ ସହ ୧୪ ଜଣଙ୍କ ଅଟକ ରଖିଛି ଟିମ୍‌ । ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ କଟକ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଟ୍ରକରୁ ଚୋରା କୋଇଲା ଖାଲି କରୁଥିବା ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ । ଦୁଇଟି ମିନି ଟ୍ରକ ସହ ଦୁଇ ମୁଖ୍ୟ ଚୋରା କୋଇଲା ମାଫିଆଙ୍କ ସହ ୧୪ ଜଣଙ୍କୁ କାବୁ କରି ଖୁଣ୍ଟୁଣୀ ଥାନାରେ ଅଟକ ରଖାଯାଇଛି । ପ୍ରତିଦିନ ଶହ ଶହ କୁଇଣ୍ଟାଲ୍‌ ଚୋରା କୋଇଲା ଖୁଣ୍ଟୁଣୀ ଅଞ୍ଚଳରୁ ବିଭିନ୍ନ ଜାଗାକୁ ସ୍ଥାନାନ୍ତର କରାଯାଉଥିବାର ଅଭିଯୋଗ ପୂର୍ବରୁ ଆସିଥିଲା । ବିଭିନ୍ନ ଆଳରେ କୋଇଲା ଟ୍ରକ ଡ୍ରାଇଭରଙ୍କୁ ପ୍ରଲୋଭନ ଦେଖାଇ ମୁଖ୍ୟ କୋଇଲା ମାଫିଆମାନେ ଟ୍ରକରୁ ଚୋରା କୋଇଲା ଖାଲି କରି ସ୍ଥାନୀୟ ଜଙ୍ଗଲରେ ମଧ୍ୟରେ ଗଚ୍ଛିତ ରଖି ବିକ୍ରି କରୁଥିଲେ । ଯାହାର ଟେର୍‌ ପାଉନଥିଲା ସ୍ଥାନୀୟ ପ୍ରଶାସନ । କିନ୍ତୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଦୀର୍ଘ ଦିନ ଧରି ଚୋରା କୋଇଲା ମାଫିଆଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଯାହାକି ଆଜି କୋଇଲା ଗାଡି ଏବଂ କୋଇଲା ମାଫିଆଙ୍କ ସହ ଦୁଇ ମିନି ଟ୍ରକ ଜବତ କରିବାରେ ସଫଳ ପାଇଛି ଏହି ସ୍ୱତନ୍ତ୍ର ଟିମ୍‌ ।ସମସ୍ତଙ୍କ ଖୁଣ୍ଟୁଣୀ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!