ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କଟକଣାକୁ ଅମାନ୍ୟ କରି କିଛି ଘରୋଇ ଶିକ୍ଷାକେନ୍ଦ୍ର, ମଦ ଦୋକାନୀ ଓ କିଛି ଅମାନିଆ ନିୟମକୁ ମାନୁନାହାନ୍ତି । ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ତାଙ୍କ ଦଳ ଆଜି ମଦର ଷ୍ଟାର କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି ଦୁଇଜଣ ଶିକ୍ଷକଙ୍କୁ ପଚରାଉଚୁରା କରିଥିଲେ । କୋଭିଡ ନିୟମ ନମାନିବାରୁ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । ଶିକ୍ଷକ ଜମ୍ବେଶ୍ୱର ଜୁହାରସିଂ ଏବଂ ଦୁର୍ଯ୍ୟୋଧନ ବେହେରା ୧୦,୦୦୦/- ଟଙ୍କା ଦଣ୍ଡ ଗଣିଛନ୍ତି । ସେହିପରି ଭାବେ ଚାନ୍ଦପୁର ଜଣେ ମଦ ଦୋକାନୀ ଆଇନ ଅମାନ୍ୟ କରି ମଦ ବିକ୍ରି କରୁଥିବାରୁ ତାଙ୍କୁ ୫,୦୦୦/- ଟଙ୍କା ଫାଇନ କରାଯାଇଛି । ଏଥିସହିତ ମାସ୍କ ନପିନ୍ଧିବା କୋଭିଡ ନିୟମକୁ ଅବମାନନା କରିବା ଅଭିଯୋଗରେ ୫,୦୦୦/- ଟଙ୍କା ଆଦାୟ କରାଯାଇଛି । ତଥାପି ଅମାନିଆ ମାନେ ସାବାଡ ହେଉନାହାନ୍ତି ।






