ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ନିଲମ୍ୱିତ ହେଇଛନ୍ତି। ବ୍ୟାଙ୍କ ସମ୍ପାଦକ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଦାୟିତ୍ୱରେ ଅବହେଳା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ନାମରେ ପୂର୍ବରୁ ଆର୍ଥିକ ଅନିମିତତା ଅଭିଯୋଗ ରହିଥିଲା। ପୂର୍ବରୁ ମଧ୍ୟ ସେ ନିଲମ୍ବନ ହୋଇଥିବା ସୂଚନା ମିଳିଛି।






