ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତାକାଲି ଅନୁଗୁଳ ଜିଲ୍ଲା ଗସ୍ତରେ ଜିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଯୋଗ ଦେଇ ଜିଲ୍ଲାର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାଟ୍ କାର୍ଡ ବଣ୍ଟନ କରିବେ । ଷ୍ଟେଜ୍ ଉପରେ ଜିଲ୍ଲାର ୫ଟି ବ୍ଲକର ୫ଜଣଙ୍କୁ କାର୍ଡ ବଣ୍ଟନ କରିବା ଜିଲ୍ଲାରେ ମୋଟ ୨ଲକ୍ଷ ୭୭ହଜାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହାସହିତ ଅନୁଗୁଳ ଜିଲ୍ଲା ପାଇଁ ୧୧୭୬ କୋଟି ଟଙ୍କା ବିନିମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହେବାର ରହିଛି । ମେଗା ପ୍ରୋଜେକ୍ଟ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ପାଇପ୍ ଯୋଗେ ପିଇବା ପାଣି ଯୋଜନା ସାଙ୍ଗକୁ ହେଲ୍ଥ କରିଡ଼ର ଏବଂ ସହରି ସୌନ୍ଦର୍ୟ୍ୟକରଣ ଯୋଜନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସୁରକ୍ଷା ପାଇଁ ଅନୁଗୁଳର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହେବାର ସୂଚନା ମିଳିଛି ।





