ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼,(ବାଘୁଆବାର୍ତ୍ତା): ସାରା ରାଜ୍ୟରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା କାଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ହାହାକାର ପରିସ୍ଥିତି ମୁକାବିଲା କରିବାକୁ ସରକାର ପ୍ରୟାସ ଚଳାଇଥିବା ଜଣାଯାଇଛି । ଭାରତ ସାରା ବିଶ୍ୱରେ କରୋନା ସଂକ୍ରମଣରେ ଆଗୁଆ ରହିଛି । ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ଭୟଙ୍କର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଟୀକା, ଔଷଧ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଏନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ବିପଦ ସମୟରେ ଓଡ଼ିଶା ୬ଟି ରାଜ୍ୟକୁ ଅମ୍ଲଜାନ ଯୋଗାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା, ବନ୍ୟା ଓ କରୋନା ମହାମାରୀ ସମୟରେ ଓଡ଼ିଶାବାସୀ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ପ୍ରତିଟି ଜୀବନ ମୁଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ହାତଯୋଡ଼ି ଅନୁରୋଧ କରି କରୋନା ନିୟମକୁ ପାଳନ କରିବାକୁ କହିଛନ୍ତି । ବାହାରକୁ ନଯିବା ଏବଂ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଟୀକା ଦେବାକୁ ଘୋଷଣା କରିଛନ୍ତି । ସବୁ ଲୋକଙ୍କୁ ମାଗଣାରେ ଟୀକା ଦେବାକୁ ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ସବୁ ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨ କୋଟି ଲୋକଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।





