ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତିକୁ ଦେଖି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରୁଛନ୍ତି । ଏହି ପ୍ରରିପ୍ରେକ୍ଷିରେ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ପକ୍ଷରୁ ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ସମ୍ବାଦ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ, ସାହିତ୍ୟ ଘର ସଭାପତି ଡ. ବିଜୟ କୁମାର ଚୈାଧୁରୀ ପାଂଚ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସାହିତ୍ୟନାରୁଗୀଙ୍କ ଏଭଳି ବିଚାର ଧାରାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।





