Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ର ଫୋରମ୍‌ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦

by Anil Panda
May 12, 2020
in Feature News
ଛାତ୍ର ଫୋରମ୍‌ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦
42
VIEWS
Share on FacebookShare on Twitter

ଜୟଦେବ ଭବନ ପାଠାଗାର ଛାତ୍ର ଫୋରମ୍‌ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି, ଆଜି ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅବସ୍ଥିତ ଜୟଦେବ ଭବନ ପାଠାଗାର ଗୃହରେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ମାଧ୍ୟମରେ ଫୋରମ୍‌ର କର୍ମକର୍ତ୍ତାମାନେ ଏହି ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜୟଦେବ ଭବନ ପାଠାଗାର ନିକଟ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ‘ମୋ ସରକାର’ରେ ସାମିଲ୍‌ ହୋଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେଇ ଏକ ଆଦର୍ଶ ପାଠ୍ୟ ପରିବେଶ ସୃଷ୍ଟି କରିଛି । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସୁପରିଚାଳିତ ଏହି ପାଠାଗାରରେ ପଢ଼ି ଅନେକ କୃତୀ ଛାତ୍ରଛାତ୍ରୀ ଭାରତ ସରକାର, ଓଡ଼ିଶା ସରକାର ତଥା ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ସଫଳ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଛାତ୍ରମାନଙ୍କ ଦ୍ୱାରା ଗଠିତ ଫୋରମ୍‌ ଜୟଦେବ ଭବନ ପାଠାଗାର ପ୍ରତି ଥିବା ତାଙ୍କର ଅନୁରକ୍ତିର ନିଦର୍ଶନ ସ୍ୱରୂପ ବିଭିନ୍ନ ପୂଜାପାର୍ବଣରେ ସାମିଲ ହୋଇଥାନ୍ତି । ଫୋରମ୍‌ର ଏହି ଅନୁଦାନ ହସ୍ତାନ୍ତର ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଜୟଦେବ ଭବନର ଭାରପ୍ରାପ୍ତ ଉପନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ପରିଚାଳକ ତଥା ସୂଚନା ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଉପସ୍ଥିତ ଥିବାବେଳେ ଫୋରମ୍‌ର କର୍ମକର୍ତ୍ତା ଶ୍ରୀ ସୌମ୍ୟରଞ୍ଜନ ମୂଳିଆ, ଶ୍ରୀ ରବିନାରାୟଣ ପାତ୍ର, ଶ୍ରୀ ନିତେଶ କୁମାର ସ୍ୱାଇଁ ତଥା ଶ୍ରୀ ଏସ୍‌. ବିକାଶ କୁମାର ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!