Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ସହ ଅନ୍ୟାନ ସେବା ଯୋଗାଇବାକୁ ଦାବିକଲେ ସିଏମ୍‌ ନବୀନ

by ସଞ୍ଜୟ ସ୍ୱାଇଁ
September 26, 2021
in State
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ସମୀକ୍ଷା ସହ ଅନ୍ୟାନ ସେବା ଯୋଗାଇବାକୁ ଦାବିକଲେ ସିଏମ୍‌ ନବୀନ
62
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ଦମନ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ଉପସ୍ଥିତି ଏବଂ ଏହାକୁ କମାଇବା ଦିଗ‌ରେ ଆଲୋଚନା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହି ରାଜ୍ୟରେ ମାଓ ସ୍ଥିତି ନେଇ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩ ଜିଲ୍ଲାରେ ହିଁ ମାଓ ଗିତିବିଧି ସୀମିତ ରହିଛି । ଏହାକୁ କିପରି ଆହୁରି ଦମନ କରାଯିବ ସେ ନେଇ କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅର୍ଥନୈତିକ ବିକାଶ ଦିଗରେ ଜୟପୁରରୁ ମୋଟୁ ଭାୟା ମାଲକାନାଗିରି ଯାଏଁ ୪ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ଉପ‌ରେ ଗୁରୁତ୍ବାରୋପ କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଓ ପ୍ରଭାବିତ ଅଞ୍ଚଳରେ ରେଳ ଯୋଗାଯୋଗ ଯାହା ରେଳ ବିଭାଗ ଅଧିନରେରେ ଆସୁଛି । ତେଣୁ ମାଲକାନାଗିରି ଭଦ୍ରଚେଲମର ୧୫୩ କିମି ଏବଂ ନବରଙ୍ଗପୁର ରୁ ଜୁନାଗଡ଼ ୧୧୮ କିମି ରେଳ ପଥ ମଧ୍ୟ ଅର୍ଥନୀତି ବିକାଶ ଦିଗରେ ସାହାଯ୍ୟ କରିବ । ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ରେ ମୋବାଇଲ ସଂଯୋଗ ବୃଦ୍ଧି । ୬୨୮୭ ଗାଁ ରେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଦାବି ରଖିଛି ଓଡିଶା । ପୂର୍ବରୁ କେନ୍ଦ୍ର ସରକାର ୪୮୮ଟି ମୋବାଇଲ ଟାୱାର ବସାଇବା ପାଇଁ ପ୍ରସ୍ତାବ ପାରିତ କରିଥିଲେ ସୁଦ୍ଧା ଦରକାର କିନ୍ତୁ ୨୦୦୦ ମୋବାଇଲ ଟାୱାର । ଆଉ ଏକ ଗୁରୁତ୍ବପର୍ଣ୍ଣ ପ୍ରସଙ୍ଗ ହେଉଛି ମାଓ ଅଂଚଳର ବ୍ୟାଙ୍କ ସେବା ଯୋଗାଇବା । ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ଯୋଗାଇଦେବେ‌ ବୋଲି କେନ୍ଦ୍ର ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ କେନ୍ଦ୍ର ସରକାର ମାଓ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମାଓ ପ୍ରବଣ ଅଞ୍ଚଳ ରେ କେତେ ପିଲା ଘଋଋଞ ଏବଂ ଔଋଋ ଭଳି ପରୀକ୍ଷା ଦେଇଛନ୍ତି ତାକୁ ନେଇ କେନ୍ଦ୍ର ସରକାର ଏକ ସର୍ଭେ କରନ୍ତୁ । ଯାହା ଫଳରେ ସେମାନଙ୍କୁ ପାଇଁ ବିଭିନ୍ନ ଷ୍ଟ୍ରିମ୍‌ ଆଣିବାରେ ପ୍ରୟାସ କରାଯାଇ ପାରିବ ବୋଲି ବୈଠକରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!