ଭୁବନେଶ୍ବର,(ବାଘୁଆବାର୍ତ୍ତା): ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ। ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ରେ ରୋକିପାରିବା। ଯଦି ନିଜର ଜୀବନ ଜୀବିକାକୁ ବଜୟା ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ। ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହା କହିଛନ୍ତି। ନବୀନ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ। ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୪ ଦିନିଆ ମାସ୍କ ଅଭିଯାନକୁ କଡ଼ାକଡ଼ି ଭାବେ ପାଳନ କରିବା। ତେବେ ଏକ ଅଭ୍ୟାସରେ ପରିଣତ ହୋଇଯିବ। ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା। କରୋନାକୁ ଜିତି ପାରିବା। ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ବେକରେ ଝୁଲେଇ କି ନୁହେଁ, ମାସ୍କୁ ଠିକ ଭାବେ ନାକକୁ ଘୋଡେଇ ପିନ୍ଧିବା। ମା’ ମାନଙ୍କୁ ବିଶେଷ ଅନୁରୋଧ ଘରଲୋକ ଯେତେବେଳେ ବାହାରକୁ ଯାଉଛନ୍ତି ସେମାନେ ଯେଭଳି ମାସ୍କ ପିନ୍ଧିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ। ମା’ ମନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ। ସରକାର ବାହାରେ ଜଗିଛନ୍ତି। ତେଣୁ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ। ଯେଉଁମାନେ କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନେ ନିଶ୍ଚୟ ଭାବେ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ। ତାହେଲେ ଯାଇ ବିନା ଲକ୍ଡାଉନରେ କୋରନାକୁ ରୋକିପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ରୋଜଗାର ବନ୍ଦ ନହେଉ ତେବେ ଆପଣଙ୍କ ଜୀବିକା ଠିକ ଭାବେ ଚାଲୁ ତାହେଲେ ମାସ୍କ ପିନ୍ଧନ୍ତୁ। ଏବେ କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ବ୍ୟାପି ଚାଲିଛି। ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ। ତେଣୁ ଆମେ ଆମ ଜୀବନ ଶୈଳେରେ ଛୋଟିଆ ପରିବର୍ତ୍ତନ ଆଣିପାରିବା ଓ ମାସ୍କକୁ ସାଥି କରିପାରିବା। ତେବେ ବିନା ଲକ୍ଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା। ଆପଣଙ୍କ ସହଯୋଗ ଆମକୁ ଏହି ଯୁଦ୍ଧରେ ବିଜୟୀ କରିପାରିବ।






