ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ ୨ୟ ଲହର ଜନଜୀବନକୁ ଗଭୀର ପ୍ରଭାବିତ କରିଛି । କୋଭିଡ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଘୋଷଣା ଯୋଗୁଁ ସହରାଞ୍ଚଳରେ ଉଠାଦୋକାନୀ ମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ଉଠା ଦୋକାନୀଙ୍କ ଆର୍ଥିକ କ୍ଷତିଗ୍ରସ୍ତ ଦୃଷ୍ଟିକୁ ଗୁରୁତ୍ୱ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳରେ ଉଠା ଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହାକୁ ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଉଛନ୍ତି, ରାଜ୍ୟର ଶ୍ରମଜୀବି ମଣିଷର ଆର୍ଥିକ ସ୍ଥିତି ସୁଧାରିବା ଓ ପରିବାର ଚଳାଇବାରେ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।





