Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
February 16, 2025
in Nayagarh, State
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ
203
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକ ରୋହିବାଙ୍କ ପଂଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଘୁଆଠାରେ ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ଶ୍ରୀ ଲଳିତ ମୋହନ ମିଶ୍ରଙ୍କ ତତ୍ୱାବଧାନରେ କୋମଣ୍ଡ ଆଞ୍ଚଳିକ ସାଧାନକେନ୍ଦ୍ରର ୯ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ସାଧାନକେନ୍ଦ୍ର ଅଧିନସ୍ଥ ମୋଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟ ସମ୍ପାଦିତ ହେଉଥିବା ୧୧ଟି ବିଦ୍ୟାଳୟର ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ସଂଯୋଜକ ଶ୍ରୀ ମିଶ୍ରଙ୍କ ସୂଚନା କ୍ରମେ ସାକ୍ଷରତା ପାଇଁ ପ୍ରଦତ୍ତ ପ୍ରତ୍ୟାଶିତ ଫଳାଫଳକୁ ନେଇ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ର, ପଦ୍ମିନୀ କୁମାରୀ ନାୟକ ଓ ସୁଚିତ୍ରା ପ୍ରଧାନ ଶିକ୍ଷଣକାର୍ଯ୍ୟ ଉପସ୍ଥାପନ କରିଥିବାବେଳେ ସଂଖ୍ୟା ଜ୍ଞାନର ପ୍ରତ୍ୟାଶିତ ଫଳାଫଳକୁ ନେଇ ଗଣିତ କଳିକା ଆନ୍ଦୋଳନ କିଟରେ ଥିବା ଶିକ୍ଷଣ ସାମଗ୍ରୀର ବ୍ୟବହାର ଉପରେ ଖଗେଶ୍ୱର ବେହେରା, ଗୀତାଞ୍ଜଳି ସାହୁ ଓ ସ୍ନେହଲତା ମିଶ୍ର ଶିକ୍ଷଣକାର୍ଯ୍ୟ ଉପସ୍ଥାପନ କରିଥିଲେ। ଟ୍ରାକର ପୂରଣ ସମ୍ବନ୍ଧରେ ହରିଶ ଚନ୍ଦ୍ର ସାହୁ ଓ ହରେକୃଷ୍ଣ ସାହୁ ଉପସ୍ଥାପନା କରିଥିବା ବେଳେ ପୂର୍ବ ପାଠର ଆଲୋଚନା ଓ ସମୀକ୍ଷା ଦାୟିତ୍ୱ ଦମୟନ୍ତୀ ପାତ୍ର ଓ ଚନ୍ଦ୍ରମଣି ନାୟକଙ୍କୁ ଦିଆଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା “ଖ “ଅକ୍ଷରକୁ ନେଇ ସୁନ୍ଦର ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହ ଉପସ୍ଥାପନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମୁଦୁଲି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!