ନୟାଗଡ଼, (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକ ରୋହିବାଙ୍କ ପଂଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଘୁଆଠାରେ ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ଶ୍ରୀ ଲଳିତ ମୋହନ ମିଶ୍ରଙ୍କ ତତ୍ୱାବଧାନରେ କୋମଣ୍ଡ ଆଞ୍ଚଳିକ ସାଧାନକେନ୍ଦ୍ରର ୯ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ସାଧାନକେନ୍ଦ୍ର ଅଧିନସ୍ଥ ମୋଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟ ସମ୍ପାଦିତ ହେଉଥିବା ୧୧ଟି ବିଦ୍ୟାଳୟର ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ସଂଯୋଜକ ଶ୍ରୀ ମିଶ୍ରଙ୍କ ସୂଚନା କ୍ରମେ ସାକ୍ଷରତା ପାଇଁ ପ୍ରଦତ୍ତ ପ୍ରତ୍ୟାଶିତ ଫଳାଫଳକୁ ନେଇ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ର, ପଦ୍ମିନୀ କୁମାରୀ ନାୟକ ଓ ସୁଚିତ୍ରା ପ୍ରଧାନ ଶିକ୍ଷଣକାର୍ଯ୍ୟ ଉପସ୍ଥାପନ କରିଥିବାବେଳେ ସଂଖ୍ୟା ଜ୍ଞାନର ପ୍ରତ୍ୟାଶିତ ଫଳାଫଳକୁ ନେଇ ଗଣିତ କଳିକା ଆନ୍ଦୋଳନ କିଟରେ ଥିବା ଶିକ୍ଷଣ ସାମଗ୍ରୀର ବ୍ୟବହାର ଉପରେ ଖଗେଶ୍ୱର ବେହେରା, ଗୀତାଞ୍ଜଳି ସାହୁ ଓ ସ୍ନେହଲତା ମିଶ୍ର ଶିକ୍ଷଣକାର୍ଯ୍ୟ ଉପସ୍ଥାପନ କରିଥିଲେ। ଟ୍ରାକର ପୂରଣ ସମ୍ବନ୍ଧରେ ହରିଶ ଚନ୍ଦ୍ର ସାହୁ ଓ ହରେକୃଷ୍ଣ ସାହୁ ଉପସ୍ଥାପନା କରିଥିବା ବେଳେ ପୂର୍ବ ପାଠର ଆଲୋଚନା ଓ ସମୀକ୍ଷା ଦାୟିତ୍ୱ ଦମୟନ୍ତୀ ପାତ୍ର ଓ ଚନ୍ଦ୍ରମଣି ନାୟକଙ୍କୁ ଦିଆଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା “ଖ “ଅକ୍ଷରକୁ ନେଇ ସୁନ୍ଦର ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହ ଉପସ୍ଥାପନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମୁଦୁଲି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଥିଲା।