Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ

by ସଞ୍ଜୟ ସ୍ୱାଇଁ
September 27, 2021
in State
ଆଜି ୧୦ ଘଣ୍ଟିଆ  ଭାରତ ବନ୍ଦ ଡାକରାରେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ୟ୍ୟନ୍ତ ଚାଲିବ । ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ। ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ସକାଳୁ ଖୋଲୁଥିବା ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ କଂଗ୍ରେସ ନେତା ଓ କର୍ମୀ ତାକୁ ବନ୍ଦ କରିଛନ୍ତି । ବଲାଙ୍ଗିର ରେଲେଓ୍ୱ ଷ୍ଟେସନରେ ପଶି ଇସ୍ପାତ ଏକ୍ସପ୍ରେସକୁ ବନ୍ଦ କରିଛନ୍ତି । ଟ୍ରେନ ସମ୍ମୁଖରେ ପୋଷ୍ଟର ବ୍ୟାନର ଧରି ଧାରଣା ଓ ନାରାବାଜି ଦେଇଛନ୍ତି ଆନ୍ଦୋଳନକାରୀ । ୨୦ ମିନିଟ ଧରି ଟ୍ରେନକୁ ବନ୍ଦ ରଖିବା ପରେ ଆନ୍ଦୋଳନକାରୀ ଛାଡି ଦେଇଥିବା ସୂଚନା ମିଳିଛି । ବନ୍ଦ ଡକରା ଯୋଗୁଁ ବଲାଙ୍ଗିର ସହର ଭିତରେ ଦୋକାନ ବଜାର ସବୁ ବନ୍ଦ ରହିଛି । ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବନ୍ଦ ରହିଛି OSRTC ବସ୍ ସେବା ବନ୍ଦ କରାଯାଇଛି। ଆଜି ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ OSRTC ବସ୍ ଗଡ଼ିବନି ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!