ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜୁଲାଇ ମାସରେ ୧୫ ବ୍ୟାଙ୍କ ବନ୍ଦ ରହିବ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଛୁଟି ତାଲିକା ଜାରି କରିଛି । ଜୁଲାଇ ମାସର କ୍ୟାଲେଣ୍ଡର ଅନୁସାରେ ଜୁଲାଇ ମାସରେ ୯ଦିନ ବ୍ୟାଙ୍କ ରହିବ । ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ । ଏହା ବ୍ୟତିତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ କାମ ବନ୍ଦ ରହିବ । ସର୍ବମୋଟ ଜୁଲାଇ ମାସରେ ୧୫ଦିନ ବ୍ୟାଙ୍କ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିବ ।





