Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷା ବିଭାଗ କିରାଣୀ ସ୍ତରରେ ବଡ଼ ଧରଣର ଅଦଳବଦଳ

by Anil Panda
September 15, 2020
in Nayagarh
୮୩ ଜଣ ଶିକ୍ଷକଙ୍କର ପଦୋନ୍ନତୀ
863
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି କିରାଣୀଙ୍କ କାର୍ଯ୍ୟକୁ ନେଇ ଶିକ୍ଷକ ସଂଘ ଅସନ୍ତୋଷ ରହିଥିଲା । ଏଭଳି ସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିବା ବେଳେ ଜିଲ୍ଲାର କିରାଣୀ ସ୍ତରରେ ଆଜି ବ୍ୟାପକ ଅଦଳବଦଳ ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅତିରିକ୍ତ ନିର୍ଦ୍ଦେଶକ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ନିର୍ଦ୍ଦେଶାନୁସାରେ, ବଡ଼ବାବୁ ତଥା ମୁଖ୍ୟ କିରାଣୀ ହାଡ଼ୁବନ୍ଧୁ ନାୟକଙ୍କୁ ତାଙ୍କ ମୁଖ୍ୟ କାର୍ଯ୍ୟସ୍ଥଳୀ ବିଇଓ ଅଫିସ୍‌ରୁ ଡିଇଓ ଅଫିସ୍‌କୁ ବଦଳି କରାଯାଇଛି । ସେ ଦୀର୍ଘ ୯ ବର୍ଷ ୨ ମାସ ହେବ ବିଇଓ ଅଫିସ୍‌ରେ କାର୍ଯ୍ୟ କରୁଥିବା ଜଣାଯାଇଛି । ସେହିଭଳି ଭାବେ କନିଷ୍ଠ କିରାଣୀ ଶ୍ରୀଧର କୁମାର ସାହୁଙ୍କୁ ଡିଇଓ ଅଫିସ୍‌ରୁ କେ.ଏନ୍ ଜନତା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଶୁଭେଶ କୁମାର ଶୁକ୍ଲାଙ୍କୁ ନୂଆଗାଁ ବିଇଓ ଅଫିସ୍‌ରୁ ଜନତା ଉଚ୍ଚ ବିଦ୍ୟାଳୟ କୋରପୀଠାକୁ ବଦଳି କରାଯାଇଛି । ଦଶପଲ୍ଲା ବିଇଓ ଅଫିସ୍ କନିଷ୍ଠ କିରାଣୀ ମନୋରଂଜନ ପଟ୍ଟନାୟକଙ୍କୁ ଆର୍‌ଏମ୍‌ଜି ନୋଡାଲ ଉଚ୍ଚ ବିଦ୍ୟାଳୟ ସାତପାଟଣାକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସ୍ କନିଷ୍ଠ କିରାଣୀ ବନମାଳୀ ହରିଚନ୍ଦନଙ୍କୁ ଆର୍‌ସି ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ାକୁ ବଦଳି କରାଯାଇଛି । ଡିଇଓ ଅଫିସ୍ କନିଷ୍ଠ କିରାଣୀ ସୁରେଶ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଗୋଳାପୋଖରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଡିଇଓ ଅଫିସ୍‌ରେ କାର୍ଯ୍ୟରତ ଅନ୍ୟତମ କନିଷ୍ଠ କିରାଣୀ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଇଟାମାଟି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ନୟାଗଡ଼ ବିଇଓ ଅଫିସରେ କାର୍ଯ୍ୟରତ ଶରତ ଚନ୍ଦ୍ର ସାହୁଙ୍କୁ ନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଗଣିଆ ବିଇଓ ଅଫିସ୍ କନିଷ୍ଠ କିରାଣୀ କେଦାରନାଥ ଦାଶଙ୍କୁ ମହୀପୁର ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଗଣିଆର ଅନ୍ୟତମ କନିଷ୍ଠ କିରାଣୀ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସ୍‌ରେ କାର୍ଯ୍ୟରତ ବିପିନ ବିହାରୀ ସାହୁଙ୍କୁ କେ.ସି ବାଳିକା ଉଚ୍ଚ ବିଦ୍ୟାଳୟ ବନମାଳୀପୁରକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବିଇଓ ଅଫିସର ଅନ୍ୟତମ କିରାଣୀ ସୁରେଶ କୁମାର ପ୍ରଧାନଙ୍କୁ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ାକୁ ବଦଳି କରାଯାଇଛି । ସେହିଭଳି ଭାବେ ଭାପୁର ବିଇଓ ଅଫିସ୍ କନିଷ୍ଠ କିରାଣୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ସାତପାଟଣା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!