Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ,, କାରରୁ ଜବତ ହେଲା ୧ ଲକ୍ଷ ୮୬ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
March 14, 2025
in Crime, State
ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ,, କାରରୁ ଜବତ ହେଲା ୧ ଲକ୍ଷ ୮୬ହଜାର ଟଙ୍କା
36
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗତକାଲି ରାତିରେ ବେଲଗୁଣ୍ଠା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶ୍ରୀକାନ୍ତ ଡାକୁଆ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ସମ୍ପର୍କରେ ଭିଜିଲାନ୍ସ ଖବର ପାଇ ଦୁଇଟି ଟିମ୍ ବେଲଗୁଣ୍ଠା ବୁଗୁଡ଼ା ମଝି, ବୁଗୁଡ଼ା ବ୍ଲକର ମୋଟାବାଡ଼ି ନିକଟରେ କିରାଣି ଶ୍ରୀ ଡାକୁଆଙ୍କୁ ଦୁଇ ପଟୁ ଅଟକାଇ ଚଢ଼ାଉ କରିଥିଲେ I ଦୁର୍ନତି ନିବାରଣ ବିଭାଗ ତରଫରୁ ମିଳିଥିବା ଖବର ଅନୁସାରେ ଶ୍ରୀକାନ୍ତ ଡାକୁଆ ଦୁଇ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ନେଇ ଖବର ମିଳିଥିଲା, କିନ୍ତୁ କିରାଣିଙ୍କ ଟାଟା ନେକ୍ସନ କାର ଗାଡ଼ିରୁ ଏକ ଲକ୍ଷ ଛୟାଅଶି ହଜାର ଟଙ୍କା ଜବତ ହୋଇଥିଲା I ଏହାପରେ ଗୋଟିଏ ଟିମ୍ ବୁଗୁଡ଼ାରେ ଥିବା ସରକାରୀ କାର୍ଟର୍ ରେ ଚଢାଉ କରିଥିବାବେଳେ ଅନ୍ୟ ଏକ ଟିମ୍ ଶ୍ରୀକାନ୍ତଙ୍କୁ ନେଇ ତାଙ୍କର ବେଲଗୁଣ୍ଠା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲେ I ରାତି ଏଗାରଟା ପର୍ଯ୍ୟନ୍ତ ଚଢାଉ କରି ବିଭିନ୍ନ କାଗଜପତ୍ର ଏବଂ ଟଙ୍କା ନେଣଦେଣ ଉପରେ ପ୍ରଶ୍ନ ପଚାରି ଘାଇଲା କରିଥିଲେ ଭିଜିଲାନ୍ସ ଟିମ୍ I ଶ୍ରୀକାନ୍ତ ବୁଗୁଡ଼ାରେ ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଭିଜିଲାନସ ନିକଟରେ ଅଭିଯୋଗ ହେବାପରେ ଶ୍ରୀକାନ୍ତ ଭିଜିଲାନ୍ସ ସ୍କାନରରେ ଥିଲେ l ଶ୍ରୀକାନ୍ତଙ୍କ ଦୁର୍ନତି ଟଙ୍କାରେ ବୁଗୁଡ଼ାରେ ଅନ୍ୟ ଜଣଙ୍କ ନାମରେ କମ ଦାମରେ ଚାଷଜମି କିଣି ତାହାକୁ ପ୍ଳଟିଙ୍ଗ କରି ବିକ୍ରିକରି କୋଟିକୋଟି ଟଙ୍କା ବେଆଇନ ଭାବେ ରୋଜଗାର କରିଥିବା ଅଭିଯୋଗ ହୋଇଛି l ବୁଗୁଡାରୁ ଏକ ମାସ ତଳେ ବେଲଗୁଣ୍ଠାକୁ ବଦଳି କରିଥିଲl ପ୍ରଶାସନ ଏବଂ ବେଲଗୁଣ୍ଠାରେ କାର୍ଯ୍ୟରତ କିରାଣିଙ୍କୁ ବୁଗୁଡ଼ାକୁ ବଦଳି କରିଥିଲେ I ଶ୍ରୀକାନ୍ତଙ୍କ ଭାଇ ମଧ୍ୟ ବୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କୁ ମିଳିଥିବା କ୍ୱାର୍ଟରରେ ଶ୍ରୀକାନ୍ତଙ୍କ ଭାଇ ପାଖରେ ରହି ବେଲଗୁଣ୍ଠାକୁ ଯିବା ଆସିବା କରୁଥିଲେI ଶ୍ରୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ସାଥୀରେ ନେଇଯାଇଥିବା ବେଳେ କାର ଟିକୁ ଜବତ କରିଥିବା ଜଣାପଡ଼ିଛି l ଏଦିଗରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛିI ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ବରିଷ୍ଠ ଇନ୍ସପେକ୍ଟର ସୌମ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଚଢ଼ାଉ ହୋଇଥିଲା l ପ୍ରକାଶ ଥାଉକି ଶ୍ରୀକାନ୍ତ ବୁଗୁଡ଼ାରେ ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଭିଜିଲାନସ ନିକଟରେ ଅଭିଯୋଗ ହେବାପରେ ଶ୍ରୀକାନ୍ତ ଭିଜିଲାନ୍ସ ସ୍କାନରରେ ଥିଲେ l ଶ୍ରୀକାନ୍ତଙ୍କ ଦୁର୍ନତି ଟଙ୍କାରେ ବୁଗୁଡ଼ାରେ ଅନ୍ୟ ଜଣଙ୍କ ନାମରେ କମ ଦାମରେ ଚାଷଜମି କିଣି ତାହାକୁ ପ୍ଳଟିଙ୍ଗ କରି ବିକ୍ରିକରି କୋଟିକୋଟି ଟଙ୍କା ବେଆଇନ ଭାବେ ରୋଜଗାର କରିଥିବା ଅଭିଯୋଗ ହୋଇଛି l ବୁଗୁଡାରୁ ଏକ ମାସ ତଳେ ବେଲଗୁଣ୍ଠାକୁ ବଦଳି କରିଥିଲl ପ୍ରଶାସନ ଏବଂ ବେଲଗୁଣ୍ଠାରେ କାର୍ଯ୍ୟରତ କିରାଣିଙ୍କୁ ବୁଗୁଡ଼ାକୁ ବଦଳି କରିଥିଲେ I ଶ୍ରୀକାନ୍ତଙ୍କ ଭାଇ ମଧ୍ୟ ବୁଗୁଡ଼ା ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କୁ ମିଳିଥିବା କ୍ୱାର୍ଟରରେ ଶ୍ରୀକାନ୍ତଙ୍କ ଭାଇ ପାଖରେ ରହି ବେଲଗୁଣ୍ଠାକୁ ଯିବା ଆସିବା କରୁଥିଲେI ଶ୍ରୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ସାଥୀରେ ନେଇଯାଇଥିବା ବେଳେ କାର ଟିକୁ ଜବତ କରିଥିବା ଜଣାପଡ଼ିଛି l ଏଦିଗରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛିI ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗର ବରିଷ୍ଠ ଇନ୍ସପେକ୍ଟର ସୌମ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଚଢ଼ାଉ ହୋଇଥିଲା l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!