Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ରୀକୁ ଧୋକା ଦେଲେ ବୋଲଗଡ଼ ଶିକ୍ଷକ

by ସଞ୍ଜୟ ସ୍ୱାଇଁ
March 16, 2021
in Crime, State
ଛାତ୍ରୀକୁ ଧୋକା ଦେଲେ ବୋଲଗଡ଼ ଶିକ୍ଷକ
1.1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରେମ କରିଥିଲୁ ସେଥିପାଇଁ ଘରକୁ ପର କଲି । ପ୍ରେମକୁ ବିଶ୍ୱାସ କରି ହାତ ଧରିଲି । ସେ ମୋ ମଥାରେ ସିନ୍ଦୂର ଭରିଦେଲେ, ହାତରେ ଚୁଡ଼ି ପିନ୍ଧାଇ ଦେଇ, ମନ୍ଦିରରେ ବିବାହ କଲେ । ହେଲେ ଏସବୁ ସରିବା ପରେ ମୋତେ ଆଉ ଧରା ଦେଉନାହାନ୍ତି । ଏବେ ମୁଁ କୋଉ କୁଳର ହେବି । କୋଉଠି ରହିବି । ଏପରି କହି କୋହଭରା କଣ୍ଠରେ ଦୁଃଖ ବଖାଣିଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ଜଣକ ପଢୁଥିବା ସ୍କୁଲର ଜଣେ ଶିକ୍ଷକ ୨ବର୍ଷ ହେଲା ଛାତ୍ରୀଙ୍କୁ କାବୁକରି ଭଲ ପାଇଥିଲେ । ତାହାର ସୁଯୋଗ ନେଇ ଶିକ୍ଷକ ଜଣକ ଛାତ୍ରୀଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ ବୋଲି ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିଛି କଳାହାଣ୍ଡି ମଦନପୁର ଅଞ୍ଚଳରେ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ସେହି ସ୍କୁଲର ଜଣେ ଶିକ୍ଷକ ଅପହରଣ ଚଳିତ ମାସ ୭ତାରିଖ ଦିନ ଅପହରଣ କରି ନେଇଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବହୁ ଖୋଜାଖୋଜି ଆରମ୍ଭ କରିଥିଲା । ଛାତ୍ରୀ ପାଖରେ ପୁଲିସ ପହଞ୍ôଚ ଉଦ୍ଧାର କରିଥିଲା ଏବଂ ଟିକିନିକି ଖବର ସଂଗ୍ରହ କରିଥିଲା । ଛାତ୍ରୀଙ୍କ କହିବା ଅନୁସାରେ, ଶିକ୍ଷକ ଜଣକ ତାଙ୍କୁ ନେଇ ଏକ ଗାଁରେ ଘରଭଡ଼ା ନେଇ ୩ଦିନ ରଖିଥିଲେ । ମନ୍ଦିରରେ ସେମାନେ ବିବାହ କରିଥିଲେ । ତା’ଆଉ ଗୋଟିଏ ଦିନ ଅନ୍ୟ ଏକ ସ୍ଥାନରେ ରଖିଥିଲେ । ଏହାପରେ ବାଇକ ଯୋଗେ ଭୁବନେଶ୍ୱର ଯାଇଥିଲେ । ସେଠାରେ ଶିକ୍ଷକ ଜଣଙ୍କ ତାଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡକୁ ନେଇ ଟିକେଟ କରି ବସରେ ବସାଇ ଦେଇ, ଫେରିବେ ବୋଲି କହିଥିଲେ । ହେଲେ ତା’ପର ଠୁ ତାଙ୍କ ମୋବାଇଲ ଅଫ୍ ଅଛି । ଛାତ୍ରୀ ଜଣକ ଭୁବନେଶ୍ୱରରୁ ଆସି ଶିକ୍ଷକ ରହୁଥିବା ଘରେ ଯାଇ ପହଞ୍ôଚବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା ବୋଲି ପୁଲିସ ଆଗରେ କହିଥିଲେ । ଏନେଇ ଛାତ୍ରୀ ଜଣକ ମଧ୍ୟ ଉକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ କରିବା ପରେ ରାମପୁର ପୁଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଶିକ୍ଷକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ବିବାହିତ ଓ ତାଙ୍କର ୨ଟି ଛୁଆ ଥିବା ଜଣାପଡିଛି । ନାବାଳିକାର ଅଭିଯୋଗରେ ମାମଲା ଋଜୁ କରାଯାଇଛି । ନାବାଳିକା ଛାତ୍ରୀର ଡାକ୍ତରୀମାଇନା କରାଯାଇଛି । ଅଭିଯୁକ୍ତକୁ ଖୋଜା ଚାଲିଛି ବୋଲି କଳାହାଣ୍ଡି ଏସପି ପ୍ରକାଶ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!