ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର ଆସି ପହଞ୍ôଚଛି । ମହାମାରୀ କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ପରଲୋକ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମୃତୂ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲାର ସାମ୍ବାଦିକ ଅମଜଦ ବାଦଶାହା ଚଳିତମାସ ୭ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଲା । ପରେ ତାଙ୍କୁ ୮ତାରିଖ ଦିନ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନରେ ସାମ୍ବାଦିକ ଅମଜଦଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।





