ନୟାଗଡ଼,(ବାଘୁଆବାର୍ତ୍ତା): ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞଳୀ ଜଣାଇବା ପାଇଁ ସନ୍ଧ୍ୟାରେ ସିଭିଲ୍ ସୋସାଇଟି ପକ୍ଷରୁ ସାମ୍ବାଦିକ ଭବନଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଗୋଲେଇ ଛକ ପର୍ୟ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ସିଭିଲ୍ ସୋସାଇଟି, ରୋଟାରୀ କ୍ଲବ୍, ଇନର୍ ହୁଇଲ୍ କ୍ଲବ୍ ଏବଂ ସାମ୍ବାଦିକ ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ପହଲଗାମରେ ଆତଙ୍କବାଦୀମାନେ ନିରିହ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ଦୃଢ ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ କରାଯିବାକୁ ଦାବି କରାଯାଇଥିଲା। ସିଭିଲ୍ ସୋସାଇଟିର ସଭାପତି ଗୋଦାବରୀଶ ସାହୁ, ରୋଟାରୀ କ୍ଲବ ସମ୍ପାଦକ ଅବିନାଶ ସାହୁ, ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।





