ନୟାଗଡ଼,(ବାଘୁଆବାର୍ତ୍ତା): ଭାରତର ଶ୍ରମିକ ସଂଗଠନ କେନ୍ଦ୍ର ସିଟୁର ୫୧ ତମ ପ୍ରତିଷ୍ଠା ଦିବସ ରଣପୁର ବ୍ଲକ ବିନୋଦପଡ଼ାଠାରେ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଗଠନର ଲାଲ ପତାକାକୁ ଶ୍ରମିକ ନେତା ସୁରେଶ ସ୍ବାଇଁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା । ସମସ୍ତ ସାଥୀ ସହୀଦ ବେଦିରେ ମାଲ୍ୟାର୍ପଣ କରିଥିଲେ। ପ୍ରଶାନ୍ତ କୁମାର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ କୋଡ଼ ପ୍ରତ୍ୟାହାର ପାଈଁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ବାନ ଦେଇଥିଲେ । କରୋନା ମହାମାରୀ ଯୋଗୁଁ ଚାଲିଥିବା ଲକଡାଉନରେ ଶ୍ରମିକ ମାନେ କାମ ହରାଇ ନାହିଁ ନଥିବା ହଇରାଣ ହେଉଛନ୍ତି କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଏଥିପାଇଁ ସରକାର ଲକଡାଉନ ସମୟରେ ପ୍ରତି ଗରିବ ଶ୍ରମିକ ପରିବାରକୁ ମୁଣ୍ଡପିଛା ରାସନ ୧୦ କିଲୋ ଓ ମାସିକ ସ୍ଵତନ୍ତ୍ର ସହାୟତା ୭୫୦୦ଟଙ୍କା ୬ ମାସ ପାଇଁ ଯୋଗାଇ ଦେବାକୁ ଦାବି କରିଥିଲେ। ତା ସହ ଚାଷୀ ବିରୋଧୀ କୃଷି ଆଇନ ବାତିଲ କରିବାକୁ ଦାବୀ କରିଥିଲେ। କରୋନା ଚିକିତ୍ସାକୁ ସରକାର ତ୍ୱରାନ୍ବିତ କରବାକୁ ବକ୍ତାମାନେ ଦାବୀ କରିଥିଲେ।






