ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସର୍କିଟ ହାଉସଠାରେ ଆଜି ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ, ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହା ସହିତ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଜେପି ଜିଲ୍ଲା ସଭାପତି ତାପସ କୁମାର ମାର୍ଥା, ଦଶପଲ୍ଲା ବିଜେପି ନେତା ରାଘବ ମଲ୍ଲିକ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିଛନ୍ତି । ଜିଲ୍ଲା ପ୍ରଶାସନ ଅଧିନସ୍ଥ ଏହି ସର୍କିଟ ହାଉସ ସରକାରୀ କାର୍ୟ୍ୟ ପାଇଁ ବ୍ୟବହାର ହେବାକୁ ଥିବା ବେଳେ ଏଠାରେ ଦଳୀୟ କାର୍ୟ୍ୟକ୍ରମ ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି । ଏଭଳି କାର୍ୟ୍ୟପନ୍ଥାକୁ ନେଇ ଆଜି ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।






