Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୂଡ଼ା ଓ ରାଇସ ମିଲ ସ୍ଥାନାନ୍ତର ଦାବି

by ସଞ୍ଜୟ ସ୍ୱାଇଁ
April 29, 2025
in Nayagarh, State
ଚୂଡ଼ା ଓ ରାଇସ ମିଲ ସ୍ଥାନାନ୍ତର ଦାବି
271
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁରଠାରେ ରହିଥିବା ଡାଇମଣ୍ଡ ରାଇସ ମିଲ ଏବଂ ଚୂଡ଼ା ମିଲ ସ୍ଥାନାନ୍ତର ପାଇଁ ଦାବି ହୋଇଛି । ନରେନ୍ଦ୍ରପୁର ଗ୍ରାମ ନିକଟରେ ସୁଶାନ୍ତ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡାଙ୍କ ମାଲିକାନାରେ ଚୂଡ଼ା ମିଲ ଏବଂ ଡାଇମଣ୍ଡ ରାଇସ ମିଲ ରହିଛି । ଏହି ଚୂଡ଼ା ମିଲ ଓ ଧାନ ମିଲରୁ ନିର୍ଗତ ଦୂଷିତ ପାଉଁଶ, ଧଳି ଏବଂ ପାଣି ଆସି ପିଇବା ପାଣି ଏବଂ ପୋଖରୀରେ ମିଶୁଛି । ଏହି ପାଣି ବ୍ୟବହାର କରିବା ଦ୍ୱାରା ଝାଡ଼ା, ବାନ୍ତି ଏବଂ ଚର୍ମ ରୋଗ ବୃଦ୍ଧି ପାଉଛି । ମିଲରୁ ନିର୍ଗତ ଦୂଷିତ ପାଣି ପାଇଁ ମଶା, ମାଛି ସହ ଅନେକ ପ୍ରକାର ରୋଗ ସୃଷ୍ଟିକାରୀ କିଟ ଦେଖାଯାଉଛନ୍ତି । ଦିନରାତି ମିଲ ଚାଲିବା ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଆଖିରେ ଉଡ଼ୁଥିବା ପାଉଁଶ ଓ ଧୂଳି ପଡ଼ି ନାନାଦି ସମସ୍ୟା ସୃଷ୍ଟି କରୁଛି । ଯାହାକୁ ଦୃଷ୍ଟିରେ ରଖି ତୁରନ୍ତ ମିଲ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିବା ପାଇଁ ଦାବି ହୋଇଛି । ଜିଲ୍ଲା ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!