Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁକ୍ତ ଦୁଇ ପାଇଁ ବିକଳ୍ପ ମୂଲ୍ୟାୟନରେ ପଡିଲା ପୂର୍ଣ୍ଣଛେଦ

by ସଞ୍ଜୟ ସ୍ୱାଇଁ
June 20, 2021
in Education, State
ଯୁକ୍ତ ଦୁଇ ପାଇଁ ବିକଳ୍ପ ମୂଲ୍ୟାୟନରେ ପଡିଲା ପୂର୍ଣ୍ଣଛେଦ
207
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମୂଲ୍ୟାୟନ ହେବ ଯୁକ୍ତ ୨ ମାର୍କ, ଭବିଷ୍ୟତ କ୍ୟାରିଅର ପାଇଁ ଏହା ସହାୟକ ହେବ ନା ନାଇଁ ତାକୁ ନେଇ ସସ୍ପେନ୍ସରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଚୟନ କରାଯାଇଥିବା ଘୋଷଣା କରାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ । ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଏହା କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ । ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ । ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ । ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ ହାର ମଧ୍ୟ ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିବ ବୋଲି ଆଶା କରାଯାଉଛି । କରୋନା ମହାମାରୀ ନିଜ କାୟା ବିସ୍ତାର କରୁଥିବାରୁ ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା । ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରିତ ହୋଇସାରିଥିବା ବେଳେ ସ୍ଥିର ହୋଇ ପାରୁନଥିଲା ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପଦ୍ଧତି । ତିନି ଥର ଉଚ୍ଚସ୍ତରୀୟ ବୈଠକ ପରେ ବି ଏନେଇ କୌଣସି ନିଷ୍ପତି ନିଆଯାଇ ପାରି ନଥିବା ବେଳେ ଆଶଙ୍କା ମଧ୍ୟରେ ଥିଲେ ଛାତ୍ରଛାତ୍ରୀ । ଶେଷରେ ଏନେଇ ରୋଡ଼ମ୍ୟାପ ପ୍ରସ୍ତୁତ ହେବାରୁ ଆଶ୍ୱସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!