ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ୨୦୨୦ମସିହା ଯୁବ ପୁରଷ୍କାର ପାଇଲେ ସୁସାହିତ୍ୟିକ ଚନ୍ଦ୍ରଶେଖର ହୋତା । ସୂଚନାନୁସାରେ, ଚନ୍ଦ୍ରଶେଖରଙ୍କ ରଚିତ ପୁସ୍ତକ ଚେତନାର ଅନ୍ୱେଷଣ ପୁସ୍ତକଟିକୁ ମନୋନିତ କରାଯାଇଥିଲା । ସେହିପରି ଭାବେ ରାମଚନ୍ଦ୍ର ନାୟକଙ୍କୁ ବାଲ୍ ସାହିତ୍ୟ ପୁରଷ୍କାର ମିଳିଛି । ତାଙ୍କ ରଚିତ ପୁସ୍ତକ ବନ ଦେଉଳରେ ସୁନା ନେଉଳ । ଚନ୍ଦ୍ରଶେଖର ହୋତା ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ଡିଏସପି ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଏମ୍ଏ ପାସ୍ କରିବା ସହ ଜବହାରଲାଲ ନେହୁର ବିଶ୍ୱବିଦ୍ୟାଳୟରେ ଏମ.ଫିଲ ଓ ପିଏଚଡି କରିଛନ୍ତି ଏବଂ ସେ ଅନେକ ପୁସ୍ତକ ରଚନା କରିଛନ୍ତି ।