Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଦିନରେ ୪ ନିଯୁକ୍ତି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

by ସଞ୍ଜୟ ସ୍ୱାଇଁ
February 28, 2025
in Education, State
ଗୋଟିଏ ଦିନରେ ୪ ନିଯୁକ୍ତି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ
159
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଟିଏ ଦିନରେ ରହିଛି ଏକାଧିକ ନିଯୁକ୍ତି ପରୀକ୍ଷା। ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ସେନେଇ ସନ୍ଦିହାନ ଅଛନ୍ତି। ଦୀର୍ଘ ଦିନରୁ ଅନବରତ ପରିଶ୍ରମ କରୁଥିଲେ ବି ସବୁ ପାଣିରେ ପଡ଼ିଛି। ଫଳରେ ଚାକିରି ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ସ୍ଥିତି ଉପୁଜିଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ ତାରିଖରେ ପ୍ରାୟ ୪ଟି ନିଯୁକ୍ତି ପରୀକ୍ଷା ରହିଛି। ତନ୍ମଧ୍ୟରେ ଆର୍‌ପିଏଫ୍‌ କନେଷ୍ଟବଲ୍‌ ନିଯୁକ୍ତି ପାଇଁ ୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଗତ ୨୬ ତାରିଖରେ ଆଡମିଟ୍‌ କାର୍ଡ ମଧ୍ୟ ପ୍ରକାଶ ପାଇସାରିଛି। ସେହିପରି ଷ୍ଟେଟ୍‌ ବ୍ୟାଙ୍କ ପିଇଓ ପରୀକ୍ଷା ମଧ୍ୟ ଆସନ୍ତା ୮ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଆଡମିଟ୍‌ କାର୍ଡ ମଧ୍ୟ ଗୁରୁବାର ପ୍ରକାଶ ପାଇଛି। ଅନୁରୂପ ଭାବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ଏଗ୍ରିକଲଚର୍ ଅଫିସର୍‌ (ଏଏଓ) ପରୀକ୍ଷା ମଧ୍ୟ ଆସନ୍ତା ୯ତାରିଖରେ ରହିଛି। ଏହି ତିନୋଟି ପରୀକ୍ଷା ବ୍ୟତୀତ ଓଡ଼ିଶା ପୁଲିସ୍‌ ସବ୍‌-ଇନିସ୍‌ପେକ୍ଟର (ଏସ୍‌ଆଇ) ପରୀକ୍ଷା ମଧ୍ୟ ସମାନ ସମୟରେ କରିବାକୁ ନିର୍ଦ୍ଧାରିତ ହୋଇଛି। ଗତ ୨୫ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୮ ଓ ୯ ତାରିଖରେ ପରୀକ୍ଷା କରିବାକୁ ଦର୍ଶାଯାଇଛି। ଯେଉଁ ପିଲା ଶାରୀରିକ ପ୍ରସ୍ତୁତି କରୁଛି ସେହି ପିଲା ଆର୍‌ପିଏଫ୍‌ ବା ଏସ୍‌ଆଇ ପରୀକ୍ଷା ମଧ୍ୟରୁ ଗୋଟିଏ ଦେବ ଓ ଆଉ ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେବ। ସେହିପରି ଏଏଓ ପରୀକ୍ଷା ପରି ଏସ୍‌ଆଇ ପରୀକ୍ଷା ପାଇଁ ଯୋଗ୍ୟତା ଓ ଅନ୍ୟ ମାନଦଣ୍ଡ ପ୍ରାୟ ସମାନ ଥିବରୁ ପ୍ରାୟ ସମାନ ପିଲା ଉଭୟ ପଦ ପାଇଁ ଆବେଦନ କରିଛନ୍ତି। ଏପରପକ୍ଷରେ ଏସ୍‌ଆଇ ଆଡମିଟ୍‌ କାର୍ଡ ପ୍ରକାଶ ପାଇ ନଥିବାରୁ ଏହାକୁ ଘୁଞ୍ଚାଇବାକୁ ଆଶାୟୀମାନେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!