Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଇନା କଲାଣି ବାଇଆ, ସୃଷ୍ଟି କଲା କୃତିମ ସୂର୍ଯ୍ୟ

by ସଞ୍ଜୟ ସ୍ୱାଇଁ
June 4, 2021
in NATIONAL NEWS, WORLD
ଚାଇନା କଲାଣି ବାଇଆ, ସୃଷ୍ଟି କଲା କୃତିମ ସୂର୍ଯ୍ୟ
1.2k
VIEWS
Share on FacebookShare on Twitter

ବେଜିଂ: (ବାଘୁଆବାର୍ତ୍ତା): ଚାଇନାର କୃତ୍ରିମ ସୂର୍ୟ୍ୟରେ ଆଣବିକ ଫ୍ୟୁଜନ୍ ରିଆକ୍ଟର ଆରମ୍ଭ ହେବା ମାତ୍ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ରିଆକ୍ଟର ୧୦୦ ସେକେଣ୍ଡ ପାଇଁ ୧୨ କୋଟି ଡିଗ୍ରୀ ସେଲସିୟସ୍ ତାପମାତ୍ରା ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଏହି ତାପମାତ୍ରା ପ୍ରକୃତ ସୂର୍ୟ୍ୟ ନିର୍ଗତ କରୁଥିବା ତାପମାତ୍ରା ଠାରୁ ୧୦ ଗୁଣରୁ ଅଧିକ। ପ୍ରକୃତ ସୂର୍ୟ୍ୟଙ୍କ ଠାରୁ ୧୫ ମିଲିୟନ ଡିଗ୍ରୀ ସେଲସିୟସ ତାପମାତ୍ରା ନିର୍ଗତ ହୋଇଥାଏ। ଆଜି ପର୍ୟ୍ୟନ୍ତ ପୃଥିବୀର କୌଣସି ଦେଶରେ ଏତେ ମାତ୍ରାର କୃତ୍ରିମ ତାପମାତ୍ରା କେବେ ହେଲେ ସୃଷ୍ଟି କରାଯାଇ ନଥିଲା। ହେଲେ ଚାଇନା ଏବେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛି। ଏହି ରିଆକ୍ଟରରୁ ଏତେମାତ୍ରାରେ ତାପମାତ୍ରା ନିର୍ଗତ ହୋଇଥିଲା ଯେ ଏହାକୁ ‘କୃତ୍ରିମ ସୂର୍ୟ୍ୟ’ ଭାବେ ନାମକ କରଣ କରାଯାଇଛି। ଏହା ସାହାଯ୍ୟରେ ଚାଇନା ମଧ୍ୟ ଆଣବିକ ଶକ୍ତି କ୍ଷେତ୍ରରେ କରୁଥିବା ଗବେଷଣାରେ ଆଉ ପାଦେ ଆଗକୁ ବଢ଼ିଛି। କରିଛି। ଚାଇନା ଏଭଳି ପରୀକ୍ଷଣ ଦ୍ୱାରା ନିଜର ଇନ୍ଧନ ପାଇଁ ଅନ୍ୟ ଦେଶରେ କରୁଥିବା ନିର୍ଭରତା ଓ ଦେଶର ପ୍ରଦୂଷଣସ୍ତରକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହି ଆଧୁନିକ ରିଆକ୍ଟର ଗତବର୍ଷ ଆରମ୍ଭ ହୋଇଥିଲା। ଏହାପରେ ଏହି ରିଆକ୍ଟର ୧୦୦ ସେକେଣ୍ଡ ପାଇଁ ୧୦୦ ମିଲିୟନ୍ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ସୃଷ୍ଟି କରିଥିଲା। କିନ୍ତୁ ଏଥର ଚାଇନା ଏହି ଆଣବିକ ଫ୍ୟୁଜନ୍ ବଳରେ ୧୨୦ ମିଲିୟନ୍ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ସୃଷ୍ଟି କରି ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଶେନ୍‌ଜେନ୍‌ର ସାଉଥ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପଦାର୍ଥ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଲି ମିଆଓ ଚାଇନାର ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ ଏହି ତାପମାତ୍ରାରେ ଏକ ସପ୍ତାହ ପର୍ୟ୍ୟନ୍ତ ରିଆକ୍ଟରକୁ ଚଳାଇବା ଆମର ପରବର୍ତ୍ତୀ ଲକ୍ଷ୍ୟ। କୃତ୍ରିମ ଭାବରେ ଏତେ ଉତ୍ତାପ ସୃଷ୍ଟି କରିବା ମଧ୍ୟ ଗୋଟିଏ ବଡ଼ ସଫଳତା। ବର୍ତ୍ତମାନ ବୈଜ୍ଞାନିକମାନେ ତାପମାତ୍ରାକୁ କେମିତି ଅଧିକରୁ ଅଧିକ ସମୟ ଯାଏ ସ୍ଥିର କରି ରଖାଯାଇ ପାରିବ, ତା’ ଉପରେ କାମ କାରୁଛନ୍ତି। ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରରୁ ଅସୀମ ଉତ୍ତାପ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି। ଏହି ମେସିନ୍ ଚାଇନାର ସର୍ବବୃହତ ତଥା ଉନ୍ନତ ପରମାଣୁ ଫ୍ୟୁଜନ୍ ଅନୁସନ୍ଧାନ ଉପକରଣ। ଅସୀମ ଉତ୍ତର ସୃଷ୍ଟି କରିବା ପାଇଁ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରର ବ୍ୟବହାର କରାଯାଏ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!