Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ: ସେନାମୁଖ୍ୟ

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ: ସେନାମୁଖ୍ୟ
122
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ ବୋଲି ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ ସ୍ପଷ୍ଟ ଭାବେ ଚୀନ୍‌କୁ ସୂଚାଇ ଦେଇଛନ୍ତି। ଏହାଛଡ଼ା, ପୂର୍ବ ଲଦାଖରେ ଯେକୌଣସି ପରିଣାମର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ଭାରତର ଏକ ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ଜେନେରାଲ୍‌ ନରୱାଣେ କହିଛନ୍ତି, ପୂର୍ବ ଲଦାଖରେ ଚୀନ୍‌ କରୁଥିବା ଦାବି ପ୍ରତି ସମ୍ମାନ ଜଣାଇ ଭାରତ ତା’ ସହ ଆମାୟିକ ଭାବେ ଆଲୋଚନା କରୁଛି। ୨୦୨୦ ମେ ୫ ତାରିଖରେ ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ସୃଷ୍ଟି ହେବାର ବର୍ଷକୁ ଅଧିକ ସମୟ ଅତିକ୍ରାନ୍ତ କରିଗଲାଣି। ସମ୍ପ୍ରତି ଭାରତ ସେ ଅଞ୍ଚଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଦଖଲକୁ ଆଣିବାରେ ସମର୍ଥ ହୋଇଛି। ଏବେ ମଧ୍ୟ ସେଠାରେ ଯେକୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିର ମୁକାବିଲା ନିମନ୍ତେ ଯଥେଷ୍ଟ ଯବାନ ମୁତୟନ ହୋଇଛନ୍ତି।ଏହାଛଡ଼ା, ଭାରତ ସାମାନ୍ୟତମ ଅଞ୍ଚଳ ହରାଇବ ନାହିଁ କି, ଆଗରୁ ରହି ଆସିଥିବା ଦ୍ବିପାକ୍ଷିକ ସ୍ଥିତାବସ୍ଥା‌ରେ ପରିବର୍ତ୍ତନକୁ ଗ୍ରହଣ କରିବ ନାହିଁ ବୋଲି ଭାରତୀୟ ସେନା ଦୃଢ଼ ନିଶ୍ଚିତ। ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍ସ୍‌, ଗୋଗ୍ରା ଏବଂ ଦେସ୍ପାଙ୍ଗ୍‌ ଅଞ୍ଚଳରୁ କେବେ ଅଚଳାବସ୍ଥା ହଟିବ ବୋଲି ପଚରା ଯିବାରୁ ସେନାମୁଖ୍ୟ କହିଲେ ଯେ, ସେ ବିଷୟରେ ନିର୍ଦ୍ଦିଷ୍ଟ ସମୟ ଘୋଷଣା କରିବା କଷ୍ଟକର।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!