Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱକୁ ଧ୍ୱଂସ କରିବାକୁ ଯୋଜନା କରିଥିଲା ଚିନ, ବୁହାନରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ବଡ ଖୁଲାସା

by ସଞ୍ଜୟ ସ୍ୱାଇଁ
June 28, 2023
in WORLD
ବିଶ୍ୱକୁ ଧ୍ୱଂସ କରିବାକୁ ଯୋଜନା କରିଥିଲା ଚିନ, ବୁହାନରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ବଡ ଖୁଲାସା
231
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଥମିଯାଇଛି । ହେଲେ କରୋନା ଭୂତାଣୁକୁ ନେଇ ଏବେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । ଚୀନର ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜୀର ବୈଜ୍ଞାନିକ ଦାବି କରିଛନ୍ତି କି, ଚୀନ ଦ୍ୱାରା କରୋନାକୁ ଏକ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ଏହି କ୍ରମରେ ଲ୍ୟାବରେ ୪ ପ୍ରକାରର ଭିନ୍ନ ଭିନ୍ନ ଷ୍ଟେନ ପ୍ରସ୍ତୁତ କରାଯାଇ ଯାଞ୍ଚ କରାଯାଇଥିଲା କି କେଉଁ ଭୂତାଣୁ ସର୍ବାଧିକ ବେଗରେ ସଂକ୍ରମିତ କରୁଛି । ଚାଓ ସାଓ ନାମକ ଏହି ବୈଜ୍ଞାନିକ ଇଣ୍ଟରନ୍ୟାସନାଲ ପ୍ରେସ ଆସୋସିଏସନର ସଦସଞ ଜେନିଫର ଜେଙ୍ଗଙ୍କ ସହ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଏଭଳି ଦାବି କରିଛନ୍ତି । ୨୬ ମିନିଟର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଚାଓ ସାଓ କହିଛନ୍ତି କି କିଭଳି ଅନ୍ୟ ଜଣେ ବୈଜ୍ଞାନିକ ଶାନ ଚାଓ ସ୍ୱୀକାର କରିଛନ୍ତି କି, ତାଙ୍କର ସିନିଅର କିଭଳି ଭାବେ ତାଙ୍କୁ ୪ଟି ଭିନ୍ନ ଭିନ୍ନ ପ୍ରକାରର ଷ୍ଟେନ ଦେଇ ତାଙ୍କୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚାଓ ସେଓ ଆହୁରି ଦାବି କରିଛନ୍ତି କି, କିଭଳି ଭାବେ ୨୦୧୯ ରେ ମିଲିଟାରୀ ୱାର୍ଲ୍ଡ ଗେମ୍ସ କ୍ରମରେ ଅନେକ ସହଯୋଗୀ ଗାଏବ ହୋଇଯାଇଥିଲେ । ଗାଏବ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ କିଛିଦିନ ପରେ ଜଣେ ଫେରିଥିଲେ ଓ ସେ କହିଥିଲେ କି, ତାଙ୍କୁ ଆଥଲେଟମାନଙ୍କର ସ୍ୱାସ୍ଥ୍ୟ ଓ ଖାଦ୍ୟ ପଦାର୍ଥ ଯାଂଚ କରିବାକୁ ହୋଟେଲ ପଠାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!