Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନାଥ ପିଲାମାନଙ୍କୁ ଖୋଜି ବାହାର କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ, ଅଗଷ୍ଟ ୨୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
July 30, 2021
in Planning and Development, State
ଅନାଥ ପିଲାମାନଙ୍କୁ ଖୋଜି ବାହାର କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ, ଅଗଷ୍ଟ ୨୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
57
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କିଏ କୋଭିଡରେ ବାପାଙ୍କୁ ହରାଇଛି, ଆଉ କିଏ ମାଆ । ଆଉ କିଏ ଉଭୟ ବାପା-ମାଆଙ୍କୁ ମଧ୍ୟ ହରାଇଛି । ଅଣକୋଭିଡରେ ମଧ୍ୟ ବହୁ ପିଲା ଅନାଥ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚରୁ ଏଯାଏ ସମଗ୍ର ଦେଶରେ ଏଭଳି ଅନାଥ ଶିଶୁଙ୍କ ସଂଖ୍ୟାରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ । ଓଡ଼ିଶାର ୬୫୬୨ ଜଣ ପିଲା ଅନାଥ ହୋଇଛନ୍ତି । ମହାରାଷ୍ଟ୍ର ଅଛି ଶୀର୍ଷରେ(୧୩,୫୮୯) । ଅନାଥ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତର ସୁରକ୍ଷା ପାଇଁ ସରକାର ଯୋଜନା କରିବାକୁ ସୁପ୍ରିମକାର୍ଟ ନିର୍ଦ୍ଦେଶ ଦେଇଥିଲ । ମାତ୍ର ଏଯାଏ ପିଲାମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବା ନେଇ ଆବଶ୍ୟକ ତଥ୍ୟ ରାଜ୍ୟ ସରକାର ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର)ଙ୍କ ‘ବାଲ ସ୍ୱରାଜ’ ପୋର୍ଟାଲରେ ଅପଲୋଡ଼ କରିନାହାନ୍ତି । ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନାଥ ପିଲାଙ୍କ ଭବିଷ୍ୟତର ସୁରକ୍ଷା ଓ କଲ୍ୟାଣ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଆସନ୍ତା ଅଗଷ୍ଟ ୨୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନେଇଛି ବହୁ ଜୀବନ । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବହୁ ଶିଶୁ ଅନାଥ ହୋଇଯାଇଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ମା’ବାପାଙ୍କୁ ହରାଇ ସେମାନେ ବେସାହାରା । ବେସାହାରା ହୋଇଥିବା ଏହି ଶିଶୁଙ୍କ ଦାୟିତ୍ୱ ସରକାର ନେବା ଆବଶ୍ୟକ ବୋଲି ଏନ୍‌ସିପିସିଆର୍‌ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା । ସର୍ବୋଚ୍ଚ ଅଦାଲତ ୨୦୨୦ ମାର୍ଚ୍ଚରୁ ଏଯାଏ କରୋନା ହେଉ ଅବା ଅଣକୋଭିଡରୁ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି ତାଙ୍କ ତାଲିକା ‘ବାଲ ସ୍ୱରାଜ’ ପୋର୍ଟାଲରେ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏହାଛଡ଼ା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏଭଳି ପିଲାମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ପିଲାମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ । ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏହି ଅନାଥ ପିଲାମାନଙ୍କର ଅଭିଭାବକ ପାଲଟିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ‘ଆଶୀର୍ବାଦ’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ମାତ୍ର ସମଗ୍ର ଦେଶରୁ ୭୫ ହଜାର ୩୨୦ ପିଲା ଅନାଥ ବୋଲି ପୋର୍ଟାଲରେ ସୂଚନା ଦିଆଯାଇଛି । ସେଥିରୁ ମାତ୍ର ୧୧୨୬ ଜଣଙ୍କ ସଂପର୍କରେ ଷ୍ଟେଜ୍‌ ୫ ଯାଏ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ମାଜିଷ୍ଟ୍ରଟମାନେ ଦାଖଲ କରିଛନ୍ତି । ଏହାଦ୍ୱାରା ଅନାଥ ପିଲାମାନେ ସରକାରୀ ଯୋଜନାର ସୁଫଳ କିପରି ପାଇବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ରାଜ୍ୟ ସରକାରମାନେ ଦେଇଥିବା ପିଲାଙ୍କୁ ଛାଡ଼ି ଆହୁରି ଅନାଥ ପିଲାଙ୍କ ସଂପର୍କରେ ତଥ୍ୟ ପୋର୍ଟାଲରେ ଅପଲୋଡ଼ ହୋଇନଥିବା କୋର୍ଟ ଅନୁଭବ କରୁଛନ୍ତି । ତେଣୁ ଏ ଦିଗରେ ରାଜ୍ୟ ସରକାରମାନେ ଯତ୍ନବାନ ହେବାକୁ ଜୋର ଦେଇଛନ୍ତି । ଏହି ପିଲାମାନେ ଯେପରି କୌଣସି ପରିସ୍ଥିତିରେ ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି ତାକୁ ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି । ଏପରିକି ଘରୋଇ ସ୍କୁଲରେ ଯଦି ପିଲା ପାଠ ପଢୁଥିବ, ଶିକ୍ଷା ଅଧିକାର ଆଇନରେ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ । କୌଣସି ପରିସ୍ଥିତି ଏ ଦିଗରେ ଅବହେଳା ନକରିବାକୁ ଅଦାଲତ କହିଛନ୍ତି । ଉଲ୍ଲେଖଯୋଗ୍ୟ, କୋଭିଡ୍‌ ହେବା ଅଣକୋଭିଡ୍‌ ଅନାଥ ପିଲାମାନଙ୍କୁ ଖୋଜି ବାହାର କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!