ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଚିଠି ଲେଖିଛନ୍ତି । ମହାମାରୀ କରୋନାର ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ୍ ବେଡ କରାଯିବ । ୭ଟି ମେଡିକାଲ କଲେଜରେ ୬୪ ଏନଆଇସିୟୁ ସହ ମୋଟ ୧୫୫ ବେଡ ପ୍ରସ୍ତୁତ ରଖିବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି । ଆଇସିୟୁ ବ୍ୟବସ୍ଥା ଥିବା ସିସିସିରେ ୧୫ ପ୍ରତିଶତ ବେଡ୍ ପିଲାଙ୍କ ପାଇଁ ଉର୍ଦ୍ଦିଷ୍ଟ ରହିବ । ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଅକ୍ସିଜେନ୍ ମହଜୁଦ୍ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର କୋଭିଡ୍ ବ୍ଲକ ପ୍ରସ୍ତୁତି କରିବାକୁ କଟକ ଶିଶୁ ଭବନ ଅଧିକ୍ଷକଙ୍କୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।





