Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଙ୍ଗ ଖେଳିବା ବଦଳରେ କାଲି ସିନ୍ଦୁର ନାଇଥାନ୍ତା, କ’ଣ ହେଲା..

by ସଞ୍ଜୟ ସ୍ୱାଇଁ
March 9, 2020
in Feature News
ରଙ୍ଗ ଖେଳିବା ବଦଳରେ କାଲି ସିନ୍ଦୁର ନାଇଥାନ୍ତା, କ’ଣ ହେଲା..
16
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା ବଦଳରେ କାଲି ସିନ୍ଧୁର ନାଇଥାନ୍ତା ୧୫ ବର୍ଷର ନାବାଳିକା । କୈାଣସି ସୁତ୍ରରୁ ଖବର ପାଇ ପ୍ରଶାସନ ଓ ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷ ତାକୁ ଉଠାଇ ଆଣିଛନ୍ତି । ସୂଚନାନୁସାରେ, ଆଜି ରଣପୁର ବ୍ଲକର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ନାବାଳିକା ଜଣଙ୍କ କିଛିଦିନ ତଳେ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ତାଙ୍କୁ ତାଙ୍କ ମାମୁଁ ଘରେ ରଖାଯାଇଥିଲା । ଏପଟେ ନାବାଳିକାର ଅଗୋଚରରେ ତାଙ୍କ ବିବାହ ରଣପୁର ବ୍ଲକ କନ୍ଧନୟାଗଡ଼ ଗ୍ରାମର ସତ୍ୟ ଜେନାଙ୍କ ପୁଅ ମିଟୁ ଜେନାଙ୍କ ସହ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ସରିଥିଲା । ଆସନ୍ତକାଲି କନ୍ଧ ନୟାଗଡ଼ ଡମଣୀ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଥାନ୍ତା । ନାବାଳିକା ଜଣଙ୍କ କାଲି ରଙ୍ଗ ଖେଳିବା ପରିବର୍ତ୍ତେ ସିଧା ବେଦୀରେ ବସି ସିନ୍ଦୁର ନାଇଥାନ୍ତେ । ଆଜି ଜିଲ୍ଲା ନାବାଳିକା ବିବାହ ନିରୋଧ ଅଧିକାରୀ, ପୁଲିସ ଓ ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷ ନାବାଳିକାଙ୍କ ମାମୁଁ ଘରେ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ସିଡବ୍ଲ୍ୟୁସିରେ ହାଜର କରିଛନ୍ତି । ଏହା ପରେ ନାବାଳିକାଙ୍କୁ ତପସ୍ୟା ଶିଶୁ ଗୃହରେ ରଖାଯାଇଥିବା ଜଣାଯାଇଛି । ଏହି ଚଢ଼ାଉରେ ଚାନ୍ଦପୁର ପୁଲିସ ସହ ଚାଇଲ୍ଡ ଲାଇନ କର୍ମୀ ଚନ୍ଦ୍ରଶେଖର ବେହେରା,ସୁଜାତା ବେହେରା ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!