Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ

by ସଞ୍ଜୟ ସ୍ୱାଇଁ
April 30, 2021
in Feature News
ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ
76
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ବାଲ୍ୟବିବାହ ପ୍ରଥା ସଂପୂର୍ଣ୍ଣ ନିଷେଧ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାପକ ଯୋଜନାବଦ୍ଧ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବାଲ୍ୟବିବାହ ନିଷେଧ ପାଇଁ ଜିଲ୍ଲା, ବ୍ଲକ୍‌ ଏବଂ ପଞ୍ଚାୟତସ୍ତରରେ ଗଠିତ ଟାସ୍କ ଫୋର୍ସ/କମିଟିଗୁଡ଼ିକ ଅଧିକ କ୍ରିୟାଶୀଳ ହେବା ସହ ବାଲ୍ୟବିବାହ ଦ୍ୱାରା କୋମଳମତି ଶିଶୁମାନଙ୍କ
ମାନସିକ, ଶାରୀରିକ ନକାରାତ୍ମକ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରି ଏହାକୁ ରୋକିବା ଦିଗରେ ସମସ୍ତ ଉଦ୍ୟମ କରିବାକୁ କୁହାଯାଇଛି । ସଂପ୍ରତି କୋଭିଡ୍‌-୧୯ ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ବାଲ୍ୟବିବାହର ଶିକାର ହେଉଥିବା ଶିଶୁମାନେ ଖୁବ୍‌ ସମ୍ବେଦନପ୍ରବଣ ହୋଇପଡ଼ିଛନ୍ତି ଏବଂ ଆଗାମୀ ଦିନରେ ଆସୁଥିବା ଅକ୍ଷୟ ତୃତୀୟା ତିଥିରେ ଗଣବିବାହ ହେବା ସମ୍ଭାବନା ଥିବାରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର ଏବଂ ବିବାହ ମଣ୍ଡପଗୁଡ଼ିକରେ ହେଉଥିବା ବିବାହଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟମାନେ ଜନ୍ମ ପ୍ରମାଣପତ୍ରକୁ ଯାଞ୍ଚ କରବା ନିମନ୍ତେ ପଞ୍ଚାୟତିରାଜ ଓ ଆଇନ ବିଭାଗ ତରଫରୁ
ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦୁଇ ମାସରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟିର ୧୧ତମ ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲ୍ୟବିବାହ ନିଷେଧ କ୍ଷେତ୍ରରେ ସମ୍ମିଳିତ ଭାବେ ସହଭାଗିତାର ସହ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ ଆଦି ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ୟୁନିସେଫ୍‌, ୟୁଏନ୍‌ଏଫ୍‌ପିଏ, ଆକ୍ସନ୍‌ ଏଡ୍‌, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ସିଆଇଡି, କ୍ରାଇମ ବ୍ରାଞ୍ଚ, ପୋଲିସର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ବିଗତ ଦିନମାନଙ୍କରେ ଓଡ଼ିଶାରେ ବାଲ୍ୟବିବାହର ସ୍ଥିତି ଏବଂ ଭବିଷ୍ୟତରେ ବାଲ୍ୟବିବାହ ରୋକିବା ନିମନ୍ତେ ବିଭିନ୍ନ ଆକ୍ସନ୍‌ ପ୍ଲାନ୍‌ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ ବର୍ତ୍ତମାନ ସୁଦ୍ଧା
ବାଲ୍ୟବିବାହ ନିଷେଧ ଦିଗରେ ନିଆଯାଇଥିବା ବହୁବିଧ ପଦକ୍ଷେପକୁ ପ୍ରଶଂସା କରିବା ସହ ଜିଲ୍ଲାସ୍ତରରେ ଅଧିକାରୀମାନଙ୍କ ଉଦ୍ୟମରେ ଅଧିକରୁ ଅଧିକ ଗାଁ ବାଲ୍ୟବିବାହମୁକ୍ତ ହୋଇପାରିଛି ବୋଲି କହିଥିଲେ । ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ରାଜ୍ୟର ୩୦୦୭ଟି ଗାଁ ସଂପୂର୍ଣ୍ଣ ବାଲ୍ୟବିବାହମୁକ୍ତ ହୋଇପାରିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବାଲ୍ୟବିବାହ ରୋକିବା ଦିଗରେ ସୁଦକ୍ଷା ଯୋଜନା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାଳିକାମାନେ ହଷ୍ଟେଲ୍‌ରେ ରହିବା ଆଦି କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହୋଇଛି ବୋଲି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଥିଲେ । ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା କିଶୋରୀମାନଙ୍କୁ ପରବର୍ତ୍ତୀ ସମୟରେ ଦକ୍ଷତା ବିକାଶ
ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରମୁଖ ବିଭାଗଗୁଡ଼ିକର କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋକପାତ କରାଯାଇଥିଲା । ବିଶେଷ କରି ବାଳିକାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ ମତପ୍ରକାଶ ପାଇଥିଲା । ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମହିଳା ଓ ବାଳିକାମାନେ ସମ୍ମୁଖୀନ ହେଉଥିବା ଯୌତୁକ ପ୍ରଥା, ଘରୋଇ ହିଂସା, କର୍ମସ୍ଥଳୀରେ ଯୌନ ନିର୍ଯାତନା, ମହିଳା ଚାଲାଣ ଆଦି ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିବା ସହ ବିଭିନ୍ନ ସରକାରୀ ବିଭାଗ, ସହଭାଗୀ ସଂସ୍ଥା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ଅନୁଷ୍ଠାନଗୁଡ଼ିକର ମିଳିତ ପ୍ରୟାସରେ ତଦାରଖ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବା ସହ ମହିଳାମାନଙ୍କ ପାଇଁ ଓଡ଼ିଶାକୁ ଏକ ସୁରକ୍ଷିତ ରାଜ୍ୟରେ ପରିଣତ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରକାଶ ଥାଉ କି, ୨୦୧୯ ମସିହାରେ ୟୁନିସେଫ, ୟୁଏନ୍‌ଏଫ୍‌ପିଏ, ଆକ୍ସନ୍‌ଏଡ୍‌, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କ୍ରାଇମ୍‌ ବ୍ରାଞ୍ଚ ଏବଂ ପୋଲିସ୍‌ ବିଭାଗ ଆଦିକୁ ଅନ୍ତର୍ଭୁକ୍ତ କରି ରାଜ୍ୟରେ
ବାଲ୍ୟବିବାହ ରୋକିବା ନିମନ୍ତେ ରାଜ୍ୟସ୍ତରୀୟ ବାଲ୍ୟବିବାହ ନିଷେଧ କମିଟି ଗଠନ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!