ନୟାଗଡ଼଼, (ବାଘୁଆବାର୍ତ୍ତା) : ୨୩ ତାରିଖରେ ଗଣିଆ ଅଂଚଳର ଜଣେ ୧୭ ବର୍ଷିୟା ନାବାଳିକା ସହ କଟକ ଜିଲ୍ଲା ନରସିଂହପୁର ଅଂଚଳର ଅଜୟ ମହାରଣା ସହ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ଖବରପାଇ ଚାଇଲ୍ଡଲାଇନ୍ ସଦସ୍ୟ, ପୁଲିସ ଏବଂ ଆସିଡିଏସ୍ କର୍ମଚାରୀ ଚଢ଼ାଉ କରିଥିବା ଜଣାଯାଇଛି । ନାବାଳିକାକୁ ବୟସ ହୋଇନଥିବାରୁ ବିବାହ ହୋଇପାରିବ ନାହିଁ ବୋଲି ଚାଇଲ୍ଡଲାଇନ୍ ଏବଂ ପୁଲିସ ପ୍ରଶାସନ ଝିଅର ପରିବାରକୁ ବୁଝାଇବା ପରେ ସେମାନେ ବିବାହ ନକରାଇବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ପରିବାର ଲୋକଙ୍କ କଥାରେ ସନ୍ତୁଷ୍ଟ ହେବା ପରେ ପ୍ରଶାସନ ଏବଂ ଚାଇଲ୍ଡଲାଇନ ଝିଅ ଘରୁ ଫେରିଥିବା ଜଣାଯାଇଛି ।





