Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରହସ୍ୟରେ ୫ ଦିନ, ଜାଣି ଅଜଣା ସମସ୍ତେ

by ସଞ୍ଜୟ ସ୍ୱାଇଁ
May 26, 2021
in Nayagarh
ରହସ୍ୟରେ ୫ ଦିନ, ଜାଣି ଅଜଣା ସମସ୍ତେ
1.6k
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ରହସ୍ୟ ମଧ୍ୟରେ ୫ ଦିନ । ୫ ଦିନ ପରେ ଜଣେ ବିବାହିତା ନାବାଳିକାକୁ ଆଜି ଉଦ୍ଧାର କରାଯାଇଛି । ନାବାଳିକା ଗଞ୍ଜାମରୁ ଆସି ନୟାଗଡ଼ରେ ବିବାହ କଲା । ଅଥଚ ବିବାହ ସମ୍ପର୍କରେ କେହି ଟେର ପାଇଲେ ନାହିଁ । ଜିଲ୍ଲାପାଳ ନାବାଳିକା ବିବାହକୁ ଗୁରୁତ୍ୱ ଦେଉଥିବା ବେଳେ ଏଭଳି ସ୍ଥିତି କିପରି ଉପୁଜୁଛି ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ । ସୂଚନାନୁସାରେ, ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ଲିଙ୍ଗରାଜପ୍ରସାଦ ଗ୍ରାମ ମାମୁଁ ଘରୁ ୫ ଦିନର ନବବିବାହିତା ବଧୁକୁ ଆଜି ପ୍ରଶାସନ ଓ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା କନ୍ୟାକୁ ଗତ ୨୧ ତାରିଖ ଶୁକ୍ରବାର ଦିନ ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ହନୁମନ୍ତିଆ ଗ୍ରାମର କ୍ଷେତ୍ରବାସୀ ସାହୁଙ୍କ ପୁତ୍ର ଶିବ ସାହୁ(୨୭)ଙ୍କ ସହିତ ବିବାହ ହୋଇଥିଲା । ନାବାଳିକା ନବବଧୁର ବୟଷ ମାତ୍ର ୧୬ ବର୍ଷ ହୋଇଥିବା ଖବର ପାଇ ଆଜି ଓଡ଼ଗାଁ ଆଦର୍ଶ ଥାନା ସିଏଏସଆଇ ବିଜୟଲକ୍ଷ୍ମୀ ଦେଇ, ଓଡ଼ଗାଁ ବ୍ଳକ ସମନ୍ନିତ ଶିଶୁ ବିକାଶ ସମିତି ବିଭାଗ ଅଞ୍ଚଳ ପରିଦର୍ଶିକା ମଞ୍ଜୁଲତା ସାହୁ ଏବଂ ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନର କର୍ମକର୍ତ୍ତା ମାନେ ମିଳିତ ଭାବରେ ଚଢ଼ାଉ କରି ନାବାଳିକା ନବବଧୁକୁ ଉଦ୍ଧାର କରଛନ୍ତି । ନାବାଳିକାକୁ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ‘ତପସ୍ୟା’ ଶିଶୁ ଗୃହକୁ ହସ୍ତାନ୍ତର କରିଛନ୍ତି । ନାବାଳିକା ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ଅଙ୍ଗନବାଡ଼ି ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ କରୁଥିବା ବେଳେ ୫ ଦିନ ହେବ ବିବାହ କରି ସାରିଥିବା ନାବାଳିକା ସଂମ୍ପର୍କରେ କେହି କିପରି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିରୁ ଜିଲ୍ଲାରେ ନାବାଳିକା ବିବାହ ରୋକିବା ଦିଗରେ କାର୍ଯ୍ୟ କରୁଥିବା ଚାଇଲ୍ଡ ଲାଇନ, ଅଙ୍ଗନବାଡ଼ି କର୍ମୀ, ସିଡିପିଓ ସମସ୍ତଙ୍କ ଉଦ୍ୟମ ଓ କାର୍ଯ୍ୟ ବେଶ ବୁଝା ପଡ଼ୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!