ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରଶାସନ ଏବଂ ଚାଇଲ୍ଡ ଲାଇନ ମିଳିତ ଉଦ୍ୟମରେ ଦୁଇଟି ନାବାଳିକା ବିବାହ ବନ୍ଦ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମରେ ଏକ ନାବାଳିକା ବିବାହ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିବାହ ବନ୍ଦ କରଯାଇଛି । ବିରୁଡ଼ା ଗ୍ରାମର ନିରଞ୍ଜନ ମୁଦୁଲିଙ୍କ ସହ ବିବାଦ ପାଇଁ କନ୍ୟାକୁ ବାପଘରୁ ଅଣାଯାଇଥିବା ବେଳେ ନାବାଳିକା କନ୍ୟାକୁ ଉଦ୍ଧାର କରି ସଡ୍ୱ୍୍ୟୁସିରେ ହାଜର କରାଯାଇଥିଲା । ପରେ ସେଠାରୁ ପରିବାର ଲୋକଙ୍କୁ ହେପାଜତରେ ଛଡ଼ା ଯାଇଥିବା ଜଣାଯାଇଛି । ସେହିଭଳି ଭାବେ ନୂଆଗାଁ ଅଞ୍ଚଳର ଜଣେ ନାବାଳିକା ସହ ଓଡ଼ଗାଁ କୋରପିଠା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ ବନ୍ଦ କରାଯାଇଥିବା ଜଣାଯାଇଛି । ସିଡିପିଓ ଲକ୍ଷ୍ମୀ ଦାଶ ଏବଂ ଚାଇଲ୍ଡ ଲାଇନ ସଦସ୍ୟଙ୍କ ସହ ପୁଲିସ ଚଢ଼ାଉ କରି ବିବାହ ଅଟକାଇଥିବା ଜଣାଯାଇଛି ।





